BREAKING
Loading...
:

ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ରେ ପଞ୍ଚ ସ୍ଥାନରେ କଳାହାଣ୍ଡି ଛାତ୍ରୀ: ବବିତା ଦୋରା!

 ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ରେ ପଞ୍ଚ ସ୍ଥାନରେ କଳାହାଣ୍ଡି ଛାତ୍ରୀ: ବବିତା ଦୋରା!



ଲାଞ୍ଜିଗଡ଼ ଖୋର୍ଦ୍ଧା ସ୍ଥିତ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୯ତମ ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଧଅରା ଭଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାଳକ ବିଭାଗ ରୁ  ୯ନବମ ଶ୍ରେଣୀ  ଗୌତମ ହରିଜନ ଓ ବାଳିକ ବିଭାଗ ରୁ ବବିତା ଦୋରା ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ  ବାଳିକ ବିଭାଗ ପକ୍ଷରୁଷ ଭୂବନଶ୍ବର ର ନିର୍ମଳା କୁଳେଇ ପ୍ରଥମ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟୁଷା କର ଦିତୀୟ,କଟକ ଜିଲ୍ଲାର ଜୟିତା ବେହେରା ତୃତୀୟ, ସୁନ୍ଦରଗଡ ଜିଲ୍ଲା ର ଭାଗ୍ୟ ଶ୍ରୀସିଂ ଚତୁର୍ଥ ଏବଂ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ର  ବବିତା ଦୋରା ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପକ୍ଷରୁ ଓ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶାଙ୍କ ପାତ୍ର ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଶୁଭଶ୍ରୀ ସାମନ୍ତରାୟ, ଶାରିରୀକ ଶିକ୍ଷକ ଅଜୟ କୁମାର ପଲେଇ,ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସୁଅ ଛୁଟୁ ଥିବା ଥିବା ବେଳେ ବିଦ୍ୟାଳୟ ରେ ଖୁସିର ଲହରୀ ଖେଳିଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS