ଆଜି ଚାଚା ନେହୁରଙ୍କ ଜନ୍ମ ଥିତି ରେ ଥେରୁବାଲି ଆଶ୍ରମ ବିଦ୍ୟାଳୟରେ ଶିଶୁଦିବସ ଅତି ସୁନ୍ଦର ଭାବରେ ପାଳିତ ହେବାର ଦେଖିବାକୁ ମିଳିଛି l...
ରାୟଗଡା ଜିଲ୍ଲା କଲନରl ବ୍ଲକ ସ୍ଥିତ ଥେରୁବାଲି ଆଶ୍ରମ ବିଦ୍ୟାଳୟ ରେ ଆଜି ଚାଚା ନେହୁରଙ୍କ ଜନ୍ମ ଥିତି ରେ ଏବଂ ଏହି ପବିତ୍ର ଦିନରେ ଅତି ସୁନ୍ଦର ଭାବେ ଶିଶୁ ଦିବସ ପାଳନ କରିବାର ଦେଖିବାକୁ ମିଳିଛି l ଓ ଏହି ଶିଶୁ ଦିବସ କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l ତତ ସଙ୍ଗେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ l ସ୍କୁଲ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ପୂର୍ବତନ ଭାରତର ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଯବାହାର ଲାଲ ନେହୁରୁ ଙ୍କ ବିଷୟରେ ତାଙ୍କର ଆତ୍ମିକ କାହାଣୀ ଉପରେ ବୁଝାଇଥିଲେ l ଏବଂ ଚାଚା ନେହୁରୁ କିଭଳି ଭାବରେ ରହୁଥିଲେ ଓ ତାଙ୍କର ଛଟ ଶିଶୁ ମାନକ ପ୍ରତି କେତେ ଶ୍ରଦ୍ଧା ଓ ସ୍ନେହ ରହୁଥିଲା ତାହା ଶ୍ରୀ ଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ ଉଲେଖ କରିଥିଲେ l ପୁଣି ତତ ସଙ୍ଗେ ବିଦ୍ୟାଳୟର ଅଥିଥି ଶିକ୍ଷକ ଶ୍ରୀ ଯୁକ୍ତ ଅଜୟ ପାତ୍ର ମଧ୍ୟ ଏହି ଉଦଵଧାନ ଦେଇଥିଲେ l ଏହା ବିଦ୍ୟାଳୟରେ ଥିବା ସମସ୍ତ ଛାତ୍ର ଓ ଛାତ୍ରୀ ଅତି ଆଗ୍ରହ ସହ ଶୁଣିଥିଲେ ଏବଂ ଚାଚା ନେହୁର ଯେଭଳି ରହୁଥିଲେ ସହିଭଳି ରହିବା ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ସପଥ ଗ୍ରହଣ କରିଥିଲେ l ଏବଂ ଏହି କାର୍ଯ୍ୟକ୍ରମ ପୂର୍ବ ରୁ ଚାଚା ନେହୁରଙ୍କ ଫୋଟ ଉପରେ ଫୁଲମାଳ ଓ ଦୀପ ପ୍ରଜ୍ବଳନ କରି ତାଙ୍କ ଜୀବନ କାହାଣୀ ମନେ ପକାଇ ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ ଓ ସାଥି ଶିକ୍ଷକ ଶିକ୍ଷୟତ୍ରୀ l ପୁଣି ତତସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ର ଓ ଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ l ଏବଂ କାର୍ଯ୍ୟକର୍ମର ର ଶେଷରେ ସମସ୍ତ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଏବଂ ସ୍କୁଲର କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତା ମାନଙ୍କୁ ମିଠା ଓ ଚକଲେଟ ବଣ୍ଟନ କରାଯାଇଥିଲା l ଓ ଏହି କାର୍ଯ୍ୟକ୍ରମ ର ସାଜସଜା କୁ ବିଦ୍ୟାଳୟର ପିଅନ ଶ୍ରୀଯୁକ୍ତ ରାଜାରାଓ ହିକକା ଦାଇତ୍ୱ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଓ ଏକ ଶାନ୍ତିପୂର୍ଣ୍ଣ ଭାବେ ଦେଖିବାକୁ ମିଳିଥିଲା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment