BREAKING
Loading...
:

ବେହେରା ବିଜୁ ଏକ୍ସପ୍ରେସ ୱେ ରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୄତ

 ବେହେରା ବିଜୁ ଏକ୍ସପ୍ରେସ ୱେ ରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୄତ




କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ,ବେହେରା ବିଜୁ ଏକ୍ସପ୍ରେସ ୱେ ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତୁ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ କୋକସରା ବ୍ଲକ ,ଖୁଣ୍ଟିଆ ଗ୍ରାମର ତରୁଣୀ ଦୁର୍ଗା ୬୫ ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ 

ଢ଼ାବା ନିକଟରେ ବେହେରା ପଟରୁ ଆସୁଥିବା ଏକ କୁକୁଡ଼ା ଗାଡି  ଆଇଚର ତାଙ୍କୁ ଧକ୍କା ଦେଇଥିଲା।ଫଳରେ ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  ଗାଡ଼ିର ଡ଼୍ରାଇଭର ଓ ହେଳପର ଫେରାର ଥିବା ଜଣା ପଡିଛି। ଘଟଣl ସ୍ଥଳରେ କୋକସରା ପୋଲିଶ ପହଂଚି ତଦନ୍ତ କରୁଥିବା ସୂଚନା ମିଳିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS