BREAKING
Loading...
:

ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ, ଟ୍ବିନସିଟିରେ ବି ୧୬ ଡିଗ୍ରୀ ଛୁଇଁପାରେ ପାରଦ.....*

 *ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ, ଟ୍ବିନସିଟିରେ ବି ୧୬ ଡିଗ୍ରୀ ଛୁଇଁପାରେ ପାରଦ.....*




ଭୁବନେଶ୍ୱର : ଖସୁଛି ପାରଦ । ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ। ବିଶେଷକରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତଳମୁହାଁ ହେଉଛି ପାରଦ । ରାଜ୍ୟକୁ ଉତ୍ତରା ବାୟୁ ପ୍ରବେଶ ସହ ଜଳୀୟବାଷ୍ପ ପରିମାଣ କମିଛି । ୯ ତାରିଖ ବେଳକୁ କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ସର୍ବନିମ୍ନ ତାପମାତ୍ରା । ଟ୍ବିନସିଟିରେ ବି ଆଗାମୀ ୭୨ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ଛୁଇଁପାରେ ପାରଦ ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ ୧୫ ଡିଗ୍ରୀ ସେଲସିୟସ , ଭୁବନେଶ୍ଵରରେ ୧୮.୫ ଡିଗ୍ରୀ ସେଲସିୟସ, କଟକରେ ୧୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ କଟକରେ ରାତି ତାପମାତ୍ରା ୧ରୁ ୧.୫ ଡିଗ୍ରୀ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS