ବଡ଼ସହରା ପ୍ରିମିଅର ଲିଗ୍, ବାପୁଜୀ କ୍ରିକେଟ କ୍ଲବ ଏଲପଡା ବିଜୟୀ
ଭାପୁର, ୩/୧୧ ଭାପୁର ବ୍ଲକ ବଡସହରା ଗ୍ରାମର ମା' ଢୋଲାଚଣ୍ଡୀ ଟି -୨୦ କ୍ରିକେଟ କ୍ଲବ ଆନୁକୁଲ୍ୟରେ ସୋମବାର ଦିନ ବଡ଼ସହରା ପ୍ରିମିଅର ଲିଗର ତୃତୀୟ ଦିବସ ଖେଳ ରାମଚଣ୍ଡୀ କ୍ରିକେଟ କ୍ଲବ ରାମପଡା ସହିତ ବାପୁଜୀ କ୍ରିକେଟ କ୍ଳବ ଏଲପଡା ମଧ୍ୟରେ ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚରେ ରାମଚଣ୍ଡୀ କ୍ରିକେଟ କ୍ଳବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୧୧ ରନ୍ ସଂଗ୍ରହ କରିଥିଲେ। ଜବାବରେ ବାପୁଜୀ କ୍ରିକେଟ କ୍ଳବ୍ ୧୪.୩ ଓଭରରେ ୮ ୱିକେଟ ହରାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିଥିଲେ। ଫଳରେ ବାପୁଜୀ କ୍ରିକେଟ କ୍ଳବ ଏଲପଡା ୨ ୱିକେଟରେ ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ଖେଳାଳୀ ମଳୟ ଫତେସିଂହ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଜିର ମ୍ୟାଚକୁ ଆମ୍ପାୟର ସୁଶାନ୍ତ ଦଳବେହେରା ଓ ସରୋଜ ଦାସ ପରିଚାଳନା କରିଥିବା ବେଳେ ଅଗସ୍ତି ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ରବୀନ୍ଦ୍ର ମହାରଣା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ ।ଆଜିର ମ୍ୟାଚରେ ଅତିଥି ଭାବେ ପ୍ରଦୀପ କୁମାର ମହାରଣା ଯୋଗ ଦେଇଥିଲେ। ଆସନ୍ତା କାଲି ଶେଷ ଲିଗ୍ ମ୍ୟାଚ ଫତେଗଡ କ୍ରିକେଟ କ୍ଲବ ଓ ମା' ଢୋଲାଚଣ୍ଡୀ କ୍ରିକେଟ କ୍ଲବ ବଡସହାରା ମଧ୍ୟରେ ଅନୁଷ୍ଠିତ ହେବ।
ମଣିଭଦ୍ରା ଖବର, ଭାପୁର


Post a Comment