BREAKING
Loading...
:

ପ୍ରଥମାଷ୍ଟମୀ ରେ ବଡ ଅଘଟଣ,ବାଲିପାଟଣା ନିକଟ ତାଳଦଣ୍ଡା କେନାଲକୁ ଡେଇଁ ଯୁବତୀ ନିଖୋଜ ।

 ପ୍ରଥମାଷ୍ଟମୀ ରେ ବଡ ଅଘଟଣ,ବାଲିପାଟଣା ନିକଟ ତାଳଦଣ୍ଡା କେନାଲକୁ ଡେଇଁ ଯୁବତୀ ନିଖୋଜ ।

    



  ଭୋର୍ ପ୍ରାୟ 5ଟା ସମୟରେ ବାଲିପାଟଣା ଗ୍ରାମର ଧରଣୀଧର ସାହୁଙ୍କ ଝିଅ ଲିପ୍ସା ସାହୁ (17) ବାଲିପାଟଣା ନିକଟ ତାଳଦଣ୍ଡା କେନାଲ ପୋଲ ଉପରୁ କେନାଲ ମଧ୍ୟକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ  କରିଥିବା ଜଣାପଡିଛି, ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତରିଜଙ୍ଗା ପଞ୍ଚାୟତ ବାଲିପାଟଣା ଛକ କେନାଲ ବ୍ରିଜ ନିକଟରେ,, ଘଟଣା ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇନଥିବା ବେଳେ ଘଟଣା ଘଟିବାର 4 ଘଣ୍ଟା ବିତିଯାଇଥିଲେ ମଧ୍ୟ ଲିପ୍ସାକୁ ଉଦ୍ଧାର କରାଯାଇ ପାରିନାହିଁ । ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପାୱାର ବୋଟ ମାଧ୍ୟମରେ ଖୋଜା ଖୋଜି ଜାରି ରଖିଥିବା ବେଳେ ତିର୍ତ୍ତୋଲ ପୋଲିସ ମଧ୍ୟ ଉପସ୍ଥିତି ରହିଛି  । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି । 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS