BREAKING
Loading...
:

ନୂଆପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନୀ ପ୍ରଚାର

 ନୂଆପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନୀ ପ୍ରଚାର


ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ  ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କୋମନା ବ୍ଲକରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ୱାର୍ଡ଼ ନମ୍ବର-୮ ସଲେଭଟା ଅଞ୍ଚଳରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ନରେନ୍ଦ୍ର ମୋଦୀ ଓ ମୋହନ ମାଝୀଙ୍କ ହାତକୁ ମଜଭୁତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ।


ଏହାପରେ ନୂଆପଡ଼ାର ଆମୋଦି ଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଭାରେ ମନ୍ତ୍ରୀ ଡ.ମହାଲିଙ୍ଗ ନିଜ ବକ୍ତବ୍ୟରେ ରାଜ୍ୟରେ କୃଷକ ଭାଇଭଉଣୀ ମାନଙ୍କୁ ଶସକ୍ତ ଏବଂ ସମୃଦ୍ଧ କରିବା ପାଇଁ ଧାନର ସର୍ବନିମ୍ନ ସହାୟତା ମୁଲ୍ୟରେ ବୃଦ୍ଧି, ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ଉନ୍ନତ ଏବଂ ନିଃଶୁଳ୍କ ଚିକିତ୍ସା ସେବା ପାଇଁ ଆୟୁଷ୍ମାନ ଏବଂ ବୟୋବନ୍ଦନା ଯୋଜନା, ନିରାଶ୍ରୟ ଲୋକ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଆଦି ଅନେକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ନିଜର ସମର୍ଥନ ଜଣାଇ ଡବଲ ଇଞ୍ଜିନ ସରକାରର ଡବଲ ଦ୍ରୁତ ବିକାଶ ଧାରାରେ ନୂଆପଡା ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS