ବାଲେଶ୍ୱର ର ୨ ସଂଘ ବିବାଦ ମଧ୍ୟରେ ମୋଟର ସଂଘ ଛାଡି ଜିଲ୍ଲା ସଂଘରେ ମିଶିଲେ 40 ବର୍ଷର ୨ ବସ ମାଲିକ....
ବାଲେଶ୍ୱର ଜିଲ୍ଲାରେ ବସ ମାଲିକ ସଂଘର ବିବାଦ ଏବେ ଚରମ ସୀମାରେ l ବାଲେଶ୍ୱର ମୋଟର ସଂଘ ଆଉ ବାଲେଶ୍ୱର ଜିଲ୍ଲା ସଂଘ ଏବେ ମୁଂହାମୁହିଁ ପରିସ୍ଥିତି ରେ l ଯାହାକି ଏବେ ପରିସ୍ଥିତି ଯାଇ ଅଦାଲତ ମୁଁହା l ଏହି ପରିପ୍ରେକ୍ଷୀରେ ମୋଟର ସଂଘର ସ୍ଥାୟୀ ସଦସ୍ୟ ଶ୍ରୀ ସଞ୍ଜୟ କୁମାର ମିଶ୍ର ଏବଂ ମମତା ମିଶ୍ର ଏବେ ମୋଟର ସଂଘର ସଦସ୍ୟ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବରେ ବାଲେଶ୍ୱର ଜିଲ୍ଲା ସଂଘରେ ଯୋଗ ଦେଇଛନ୍ତି l ଏହି ଅବସରରେ ବାଲେଶ୍ୱର ଜିଲ୍ଲାସଂଘ ର ସଭାପତି ନରେନ୍ଦ୍ର ବିହାରୀ ଦାସ ଓରଫ ବାଦଲ ଦାସ ଏବଂ ସମ୍ପାଦକ ଅଜୟ କୁମାର ବିଶ୍ୱାଳ ଓରଫ ଫକୀରା ବାବୁ ଏବଂ ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବରେ ପୁଷ୍ପଗୁଛ ଦେଇ ଯୋଗଦାନ କରିଛନ୍ତି l ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଏହି ୨ କର୍ମକର୍ତା ଙ୍କୁ ମିଠା ଖୁଆଇ ସ୍ୱାଗତ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment