BREAKING
Loading...
:

ଭଗବାନ ଙ୍କ ଭରସା ରେ ବାହାନଗା ପୋଷ୍ଟଅଫିସ

 ଭଗବାନ ଙ୍କ ଭରସା ରେ ବାହାନଗା ପୋଷ୍ଟଅଫିସ




(ସୋ ପାଇଁ ଅଛି ହୋଣ୍ଡା ଜେନେରେଟର )

ବାହାନଗା  -:ଭଗବାନ ଙ୍କ ଭରସା ରେ ପ୍ରାୟତଃ ଅର୍ଦ୍ଧାଧିକ ସରକାରୀ ଅଫିସ ଚାଲୁଥିବା ବେଳେ, ବାହାନଗା ପୋଷ୍ଟ ଅଫିସ ସେଥି ମଧ୍ୟରୁ ଗୋଟିଏ l ବର୍ତ୍ତମାନ ରାଜ୍ୟରେ ଅନେକ ସମୟରେ ଲଘୁଚାପ ବର୍ଷା ଲାଗି ରହୁଥିବା ବେଳେ ବିଦ୍ୟୁତକାଟ ଏକ ସାଧାରଣ ସମସ୍ୟା ହୋଇ ଯାଇଛି l ସେଣ୍ଟ୍ରାଲ ଗମ୍ମେଣ୍ଟ ଅଫିସ ରେ ଏବେ ସରକାରୀ କାର୍ଯ୍ୟ ପ୍ରାୟତଃ କମ୍ପୁଟର ରେ ଚାଲୁଥିବା ବେଳେ ବିଦ୍ୟୁତକଟିଗଲେ ଫଡ଼ିଆ ଉପରକୁ ଟେକି ବସୁଛନ୍ତି କର୍ମଚାରୀ l ବାଲେଶ୍ୱର ଜିଲ୍ଲା ବାହାନଗା ପୋଷ୍ଟ ଅଫିସ ରେ ଜେନେରେଟର ଥାଇ ମଧ୍ୟ କାମକୁ ନୁଁହ l କାହିଁକି ନା ଷ୍ଟାର୍ଟ ନ ହେଲେ ଗଲା l ଏହି ପୋଷ୍ଟ ଅଫିସ ରେ ଆଧାରକାମ ଚାଲୁଛି l ଲୋକେ ଲମ୍ବା ଲାଇନ ରେ ଥାଇ ମଧ୍ୟ କରେଣ୍ଟ ନ ଥିବା ବେଳେ କାମ ହୋଇ ପାରୁନି l ଜେନେରେଟର କୁ ଘୋଷାରି ଘୋଷାରି ଆଗପଛ କରିଲେ ବି ଜମା ଷ୍ଟାର୍ଟ ହେଉନି l ଯାହା ପାଇଁ ସାଧାରଣ ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି l ଯଥାଶୀଘ୍ର ଉପରିସ୍ଥ ଅଧିକାରୀ ଧ୍ୟାନ ଦେବାକୁ ଦାବୀ ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS