BREAKING
Loading...
:

କୁଲାଡ଼ ମନ୍ଦିର ରୁ ଖସିଲା ପଥର

 କୁଲାଡ଼  ମନ୍ଦିର ରୁ ଖସିଲା ପଥର



ଗଞ୍ଜାମ ଜିଲା ଭଞ୍ଜନଗର ସହର ନିକଟସ୍ଥ କୁଲାଡ ଉପର ବ୍ୟାଘ୍ରଦେବୀ ମନ୍ଦିରରୁ  ଏକ ବିରାଟ ପଥର ଖସି ପଡ଼ିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରଟି ଖସି ତଳକୁ ଆସିବା ସମୟରେ ତଳେ ଥିବା ଶିବ ମନ୍ଦିରରେ ମାଡ ହୋଇ ମନ୍ଦିରର କ୍ଷତି ହୋଇଛି। ଜଦି ପଥରଟି ତଳେ ଥିବା ସାହି ଆଡ଼େ ଗଡି ଆସିଥାନ୍ତା ତେବେ ଧନଜୀନ କ୍ଷତି ହେବାର ଆଶଙ୍କା ଥିଲା। ପଥର ଖସିବା ପରେ ମନ୍ଦିରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି।ସୂଚନାଯୋଗ୍ୟ ଯେ ଆସ୍ଥା ଓ ବିସ୍ୱାସ ରଖି ଥିବା କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିର ବର୍ତ୍ତମାନ ଘଟଣାକୁ ଦୋହଲାଇ ଦେଇଛି।ମନ୍ଦିର ର ଅବସ୍ଥିତ ଦୃଷ୍ଟିରୁ ମନ୍ଦିର ର ସୁରକ୍ଷା ଜରୁରୀ।ଲଗାତାର ଭାବେ ବର୍ଷା ଯୋଗୁ ପାହାଡ଼ ଉପରେ ଥିବା ମନ୍ଦିର ସୁରକ୍ଷା କିପରି ହେବ ସେଥିପ୍ରତି ପ୍ରଶାସନ ଓ ମନ୍ଦିର କମିଟି ଯତ୍ନବାନ ହେବା ଜରୁରୀ।ଯଦି ବା ମନ୍ଦିର ପାହାଚ, ମନ୍ଦିର ଷ୍ଟିଲ ରାଲିଂ ଓ ହନୁମାନ ମନ୍ଦିର ର ପାଚେରୀ ର କିଛି ଅଂଶ ନଷ୍ଟ ହୋଇଛି ଓ ଏହାର ମରାମତି କରିବା ଜରୁରୀ ଅଟେ। ତେଣୁ ପ୍ରଶାସନ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଲଗାଣ ବର୍ଷା ଯୋଗୁଁ ପଥରଟି ଖସି ପଡ଼ିଥିବା ଅନୁମାନ କରାଯାଉଛି ଓ ଆଗକୁ ମଧ୍ୟ ଏହି ପରି କିଛି ପଥର ଅଛି ସେଗୁଡିକ ଖସି ପଡିବାର ଆଶଙ୍କା ଅଛି।ତେଣୁ

 ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS