ନିଟ୍ ପ୍ରବେଶିକା ପରୀକ୍ଷାରେ ବିପିନଙ୍କ ସଫଳତା
ଖଣ୍ଡପଡା ୪|୧୦ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଆୟୋଜିତ ନିଟ୍ ୨୦୨୫ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଖଣ୍ଡପଡା ନିକଟସ୍ଥ ବାଇଗୁଣିଆଁ ଗ୍ରାମର ଛାତ୍ର ବିପିନ କୁମାର ଦାଶ।ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ବିପିନ ନିଟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୁନ୍ଦରଗଡସ୍ଥିତ ସରକାରୀ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି।ଏହି ଖବର ପ୍ରଚାରିତ ହେବା ପରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସମେତ ନୟାଗଡ ଅଞ୍ଚଳର ସମାଜସେବୀ ମନୋଜ କୁମାର ମିଶ୍ର ଛାତ୍ର ବିପିନଙ୍କୁ ବାହାଡା ଗ୍ରାମସ୍ଥିତ ବାସଭବନରେ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି।ଦୃଢ ଆତ୍ମ ବିଶ୍ଵାସ, ଶିକ୍ଷକଙ୍କ ପ୍ରେରଣା ଓ ପରିବାରବର୍ଗଙ୍କ ଆର୍ଶୀବାଦ ଯୋଗୁଁ ସଫଳତାର ଶୀର୍ଷରେ ସେ ପହଞ୍ଚି ପାରିଛନ୍ତି ବୋଲି ଏକ ସାକ୍ଷାତକାରରେ ବିପିନ ପ୍ରକାଶ କରିଛନ୍ତି।ସେହିପରି ବିପିନଙ୍କ ଭଉଣୀ ବର୍ଷା ପ୍ରିୟଦର୍ଶିନୀ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ବରସ୍ଥିତ ଓୟୁଏଟି ବିଶ୍ବ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଭାଗ ଅନୁଷ୍ଠାନର ଛାତ୍ରୀ ଭାବେ ନାମ ଲେଖାଇବାର ସୁଯୋଗ ପାଇ ପାରିଛନ୍ତି।ଭାଇ ଭଉଣୀଙ୍କ ସଫଳତାକୁ ନେଇ ପରିବାରବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment