BREAKING
Loading...
:

ଗଣିଆ ଲକ୍ଷ୍ମୀ ବଜାରରେ କାଳୀପୂଜା ଧୁମଧାମରେ ପାଳିତ

 ଗଣିଆ ଲକ୍ଷ୍ମୀ ବଜାରରେ କାଳୀପୂଜା ଧୁମଧାମରେ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଚଉବଙ୍ଗ ଛକରେ ଥିବା ଲକ୍ଷ୍ମୀ ବଜାର ପୂଜା ମଣ୍ଡପରେ କାଳୀପୂଜା ଧୁମଧାମରେ ପାଳିତ ହୋଇଯାଇଛି । ସୋମବାର ମଧ୍ୟ ରାତିରେ ସ୍ଥାନୀୟ ଘାଗେରା ନାଳ ପରିସରରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ପୂଜାସ୍ଥଳ କମ୍ପି ଉଠିଥିଲା । ଚଉବଙ୍ଗ ଛକ ଗଣିଆରେ ଗୋଟିଏ ଛୋଟିଆ ବଜାର ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ସହଯୋଗରେ ପ୍ରତି ବର୍ଷ ଏଠାରେ କାଳୀପୂଜା ପାଳିତ ହୋଇଆସୁଅଛି । ମଙ୍ଗଳବାର  ପ୍ରବଚନ କାର୍ଯ୍ୟକ୍ରମ ସହିତ ଭୂବନେଶ୍ବରର ବିଶ୍ଵଶାନ୍ତି ଭଜନ ସନ୍ଧ୍ୟା ତରଫରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ଜଗବନ୍ଧୁ ମୁଦୁଲୀ ଏହି ଭଜନ ସନ୍ଧ୍ୟାରେ ଉପସ୍ଥିତ ହେବେ । ଏହି କାର୍ଯ୍ୟକ୍ରମକୁ ବଜାର ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣା, ସମ୍ପାଦକ ପରମାନନ୍ଦ ସାହୁ, କୋଷାଧ୍ୟକ୍ଷ ବିପିନ କୁମାର ମହାପାତ୍ର,ମାନସ କୁମାର ବେହେରା, ସରପଞ୍ଚ ଗିରିଧାରୀ ସେଠୀ, ବିଭୂତି ଭୂଷଣ ପଣ୍ଡା ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି । ମଙ୍ଗଳବାର ଅପରାହ୍ନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉକ୍ତ ପୂଜା ମଣ୍ଡପରେ ଯୋଗ ଦେବା କାର୍ଯ୍ୟକ୍ରମ ଥିବାରୁ ପୂଜା କମିଟି ତଥା କର୍ମୀଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି । 

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS