ଜଗନ୍ନାଥପ୍ରସାଦ ପଞ୍ଚାୟତ କାର୍ଯ୍ଯାଳୟରେ ପଡି ରହି ନଷ୍ଟ ହେଉଛି ଚାରା,କର୍ତ୍ତୃପକ୍ଷଙ୍କ ନିଘା ନାହିଁ
ଖଣ୍ଡପଡ଼ା ୨୧|୧୦ (ମଣିଭଦ୍ରା ଖବର) ସବୁଠି ସବୁଜ ପରିବେଶ ସୃଷ୍ଟି ନିମନ୍ତେ ରାଜ୍ଯ ସରକାର ଗୁରୁତ୍ବ ଦେଉଛନ୍ତି। ସେହିପରି ବନ ବିଭାଗ ଜରିଆରେ ସରକାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନଗୁଡ଼ିକୁ ଶହଶହ ସଂଖ୍ୟାରେ ବିଭିନ୍ନ କିସମର ଚାରା ପ୍ରତିବର୍ଷ ଯୋଗାଇ ଦେଉଛନ୍ତି।ଚଳିତ ବର୍ଷ ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧିନ ବିଭିନ୍ନ ସ୍ଥାନରେ ଚାରାରୋପଣ ନିମନ୍ତେ ବନ ବିଭାଗ ପକ୍ଷରୁ ଜଗନ୍ନାଥପ୍ରସାଦ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ୧୦୦ ରୁ ଊର୍ଦ୍ଧ୍ବ ଚାରା ଯୋଗାଇ ଦିଆଯାଇଥିଲା।ମାତ୍ର ଚାରା ଗୁଡିକ କେଉଁଠି ହେଲେ ରୋପଣ କରାନଯାଇ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ପଡି ରହି ନଷ୍ଟ ହେଉଥିବା ଏବେ ନଜରକୁ ଆସିଛି।ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଓ ଦାୟିତ୍ବହୀନତା ଯୋଗୁଁ ଚାରା ଗୁଡିକ କେଉଁଠି ହେଲେ ରୋପଣ କରାନଯାଇ ଏବେ ନଷ୍ଟ ହେବାକୁ ବସିଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ପ୍ରକାଶଥାଉକି ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ବନ ବିଭାଗ ଜରିଆରେ ଚାରା ପ୍ରସ୍ତୁତ କରାଯାଇଥାଏ।ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ ଚାରା ଗୁଡିକ ରୋପଣ ନିମନ୍ତେ ପ୍ରଦାନ କରାଯାଉଥିବା ବେଳେ ଜଗନ୍ନାଥପ୍ରସାଦ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ମୂଲ୍ୟବାନ ଚାରା ଗୁଡିକ ନଷ୍ଟ ହୋଇଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ତେବେ ଜଗନ୍ନାଥପ୍ରସାଦ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ କାର୍ଯ୍ଯକଳାପ ପ୍ରତି ବନବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق