BREAKING
Loading...
:

ଓଡିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ ନିର୍ବାହୀ ଯନ୍ତ୍ରୀ ଚୟନ ହୋଇ ଭାପୁର ବ୍ଲକ ପାଇଁ ଗୌରବ ଆଣିଲେ ପ୍ରଶାନ୍ତ

 ଓଡିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ ନିର୍ବାହୀ ଯନ୍ତ୍ରୀ ଚୟନ ହୋଇ ଭାପୁର ବ୍ଲକ ପାଇଁ ଗୌରବ ଆଣିଲେ ପ୍ରଶାନ୍ତ 



ଭାପୁର, ୩୦/୧୦ (ବିଭୂତି ମହାପାତ୍ର) ୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ କଇଁଫୁଲିଆ ଗାଁର ପୁଅ ପ୍ରଶାନ୍ତ କୁମାର ନାୟକ ଓଡିଶା ଲୋକସେବା ଆୟୋଗ (OPSC) ଦ୍ୱାରା ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଭାବେ ଚୟନ ହୋଇଛନ୍ତି. ପିତା ଭାଗୀରଥୀ ନାୟକ ଏବଂ ମାତା ଶ୍ରୀମତୀ ଉଷାରାଣୀ ନାୟକଙ୍କ ପୁଅ ପ୍ରଶାନ୍ତଙ୍କ ଏହି ସଫଳତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି. ପ୍ରଶାନ୍ତ କଇଁଫୁଲିଆ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି, ପରେ ନୟାଗଡ଼ ନବୋଦୟ ବିଦ୍ୟାଳୟରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଥିଲେ. ଏହାପରେ ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ରୁ B.Tech ଏବଂ IIT Roorkee ରୁ M.Tech ଶିକ୍ଷା ସମାପ୍ତ କରିଥିଲେ. ପ୍ରଶାନ୍ତ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା.

ପ୍ରଶାନ୍ତଙ୍କ ସଫଳତାରେ କେବଳ ତାଙ୍କ ପରିବାର ନୁହେଁ, ସମଗ୍ର କଇଁଫୁଲିଆ ଗାଁ ଏବଂ ଭାପୁର ବ୍ଲକ ଅଞ୍ଚଳର ଲୋକମାନେ ଗର୍ବ ଅନୁଭବ କରୁଛନ୍ତି. ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଗାଁର ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ମଣିଭଦ୍ରା ବିଶ୍ଵଶାନ୍ତି, ଭାପୁର 

Post a Comment

Previous Post Next Post
Header ADS