ଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ,ରେଜୁଲେସନ ଖାତାରେ କାଗଜ ଲେପମାରିଲେ ପ୍ରଧାନଶିକ୍ଷକ
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ,ନୋଡାଲ ଶିକ୍ଷକ ନୀଳମଣି ସାହୁ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା। ଶେଷରେ ଦେଖିବାକୁ ମିଳିଥିଲା ଆଲୁମିନା କମିଟିର ୫ ନମ୍ବର ଅଧିବେଶନ ଅର୍ଥାତ ୧୫.୦୭.୨୦୨୫ ରିଖରେ ହୋଇଥିବା ବୈଠକରେ ରେଜୁଲେସନ ଖାତା ଉପରେ ସଭ୍ୟ ମାନଙ୍କ ଦସ୍ତଖତ ରହିଥିବାବେଳେ ଗୋଟିଏ ସାଧାକାଗଜରେ ରେଜୁଲେସନ କରି ତାକୁ ଅଠା ସାହାଯ୍ୟରେ ଉକ୍ତ ଖାତାରେ ଛପାଯାଇଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଦୁଗାଳଙ୍କୁ ପଚାରିବାରୁ ସେ ଏଥି ନିମନ୍ତେ ଭୁଲ ସ୍ୱୀକାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପୁରାତନ ଛାତ୍ରଛାତ୍ରୀ କହିଲେ ସାର କେତେବେଳେ ରେଜୁଲେସନ ପରିବର୍ତନ ହୋଇଯାଉଛି, କେତେବେଳେ କାଗଜ ଲେପ ମରାଯାଉଛି ଆଉ ଟାକରା ହାଇସ୍କୁଲ ଅବ୍ୟବସ୍ଥା ଘଟଣା କାହିଁକି ସବୁବେଳେ ଚର୍ଚ୍ଚା ହେଉଛି।ତତ ସହିତ ପୂର୍ବରୁ ଖବର କାଗଜରେ ବାହାରିଥିବା ଛାତ୍ରଛାତ୍ରୀଙ୍କୁ ହଳେ ପୋଷାକ କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ କରିବାରୁ ଗତ ବର୍ଷଠାରୁ ସରକାରୀ ସ୍ତରରୁ କୌଣସି ଅର୍ଥ ଆସିନାହିଁ ବୋଲି ସଫେଇ ଦେବା ସହ ପ୍ରଧାନଶିକ୍ଷକ କହିଲେ ଏମିତି କେତେ ଖବର ବାହାରୁଛି ଅଫିସରମାନେ ଦେହ ଘୁଷୁରା ହୋଇଗଲେଣି ଟାକରା ହାଇସ୍କୁଲ ଖବର ଦେଖିଲେ ପେପର ଫୋପାଡ଼ି ଦେଉଛନ୍ତି। ତେବେ ଏ ସମସ୍ତ ଖବରକୁ ଦେଖିଲା ବେଳକୁ ଅନୁଭବ କରାଯାଏ ବିଦ୍ୟାଳୟର ଅବସ୍ଥା ଏବେ କେଉଁ ଭାବରେ ରହିଛି। ଜିଲ୍ଲା ପ୍ରଶାସନ ଏହି ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ବିଦ୍ୟାଳୟ କୁ ସୁନ୍ଦର ବାତାବରଣ କୁ ଆଣିବା ପାଇଁ କେତେ ଚେଷ୍ଟିତ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment