BREAKING
Loading...
:

ଦାନ୍ତ ଡାକ୍ତର ସରଞ୍ଜାମ ସରକାର ନ ଦେବା କହି ମହିଳା ଙ୍କ ନିକଟ ରୁ ଆଠ ହଜାର ଟଙ୍କା ଠକି ନେଲେ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ।

 ଦାନ୍ତ ଡାକ୍ତର ସରଞ୍ଜାମ ସରକାର ନ ଦେବା କହି ମହିଳା ଙ୍କ ନିକଟ ରୁ ଆଠ ହଜାର ଟଙ୍କା ଠକି ନେଲେ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ।





ବଲାଙ୍ଗିର/ଟିଟିଲାଗଡ,-: ଟିଟିଲାଗଡ ଡାକ୍ତରଖାନା ରେ ଚିକିତ୍ସା ଅଭାବରୁ ଲୋକେ ଡହଳ, ବିକଳ ହେଇ ଆସୁଥିବା ଡାକ୍ତର,କର୍ମଚାରୀ ଅଭାବ ସାଙ୍ଗକୁ ନା ନା ସମସ୍ୟା ଲାଗି ରହିଛି । ଇତି ମଧ୍ୟରେ ଦୀର୍ଘ ବର୍ଷ ପରେ ଜଣେ ଦାନ୍ତ ଡାକ୍ତର ଆସି ଯୋଗ ଦେଇଥିବା ବେଳେ ସାଧାରଣ ଗରିବ ଲୋକଙ୍କ ନିକଟରୁ କ୍ଲିନିକ ଭଳି ଖୋଲା, ଖୋଲି ଅର୍ଥ ବ୍ୟବସାୟ କରିବା ଗୁରୁତର ଅଭିଯୋଗ ହୋଇଛି । ନିଜ ଦାନ୍ତ ଅସୁବିଧା ନେଇ ରେହେନୁମା ବିବି ନାମ୍ନୀ ଜଣେ ଭଦ୍ର ମହିଳା ଉକ୍ତ ଡାକ୍ତରାଣି ଙ୍କ ନିକଟ କୁ ଯାଇ ଆଠ ହଜାର ଟଙ୍କା ନଗଦ ଦେଇ ଚିକିତ୍ସିତ ହୋଇ ଛନ୍ତି। ତିନି ମାସ ହେବ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ସାଧାରଣ ଗରିବ ଙ୍କୁ ଏଭଳି ଠକେଇ ମାତ୍ରାଧିକ ଭାବେ କରିଆସୁଥିବା ଅଭିଯୋଗ ହୋଇ ଆସୁଛି। ଏ ନେଇ ତାଙ୍କ ପ୍ରତିକ୍ରିୟା ନେବାରୁ ସେ ସରକାର କୌଣସି ସରଞ୍ଜାମ ନ ଦେଇଥିବା ଓ ସେ ବାହାରୁ ଆଣି କାମ କରୁଛନ୍ତି ଏଣୁ ଟଙ୍କା ନେଉଛି ଯାହା ମୁଖ୍ୟ ଚିକିତ୍ସାଧିକାରୀ ଜାଣି ଛନ୍ତି ବୋଲି ଖୋଲା, ଖୋଲି ପ୍ରକାଶ କରି ଛନ୍ତି । ପ୍ରକାଶ ଯେ, ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଇ ଥିବା ବେଳେ ସେ ସାଧାରଣ ଙ୍କୁ ଏଭଳି ଠକେଇ କରି ଆସୁଥିବା ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଦୃଢ଼ ଦାବୀ ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS