ଅଭିନଵ ଉପାୟ ରେ ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ଅଭିଯୁକ୍ତ ଙ୍କ ସହ ଦୁଇ ଲକ୍ଷ ବାଇଶ ହଜାର ଟଙ୍କା ର ଗଞ୍ଜେଇ ଜବତ।
ବଲାଙ୍ଗୀର/ଟିଟିଲାଗଡ଼, -:ଭାରତ ର ସମସ୍ତ ରେଳ ଷ୍ଟେସନ କୁ ସଂଯୋଗ କରୁଥିବା ଟିଟିଲାଗଡ଼ ରେଳ ଷ୍ଟେସନ ରୁ ବାରମ୍ବାର ବିପୁଳ ପରିମାଣ ରେ ରାଜ୍ୟ ବାହାର କୁ ଚାଲାଣ ହେବା ସହ ଗଞ୍ଜେଇ ଓ ଚାଲାଣ କାରି ଙ୍କୁ ଗିରଫ କରାଯାଇ ଆସୁଛି
। ଟିଟିଲାଗଡ଼ ରେଳବାଇ ପୋଲିସ ଷ୍ଟେସନ ଇନଚାର୍ଜ ସବଇନିସପେକ୍ଟର ବିନୟ କୁମାର ଭୋଇ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଯୋଜନା ମୁତାବକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାଞ୍ଚ ଟିମ ରେ ସହକାରୀ ଉମାକାନ୍ତ ଜୋଶୀ, ମନ କୁମ୍ଭାର, ତୋଫାନ କୁମାର ଶତପଥୀ ଏବଂ ଅଂଶୁମାନ ରଥାଙ୍କ ସହିତ ଟିଟିଲାଗଡ଼ ରେଳ ଷ୍ଟେସନର ପ୍ଲାଟ ଫର୍ମ ଅଞ୍ଚଳ/ଷ୍ଟେଶନ ଅଞ୍ଚଳ, ଟ୍ରେନ, ସନ୍ଦିଗ୍ଧ ଯାତ୍ରୀଙ୍କ ଯାଞ୍ଚ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଅଞ୍ଚଳ ର ସାମଗ୍ରୀ ସାମଗ୍ରୀ ମାନ ଯାଞ୍ଚ କରାଯାଇଥିଲା।ସକାଳ ପ୍ରାୟ ୯.୧୫ ରେ ଯାଞ୍ଚ ସମୟରେ ରେଳବାଇ ପୋଲିସ ଷ୍ଟେସନ ଇନଚାର୍ଜ ଟିଟିଲାଗଡ଼ ସବଇନିସପେକ୍ଟର ବିନୟ କୁମାର ଭୋଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲେ ଯେ ପ୍ରାୟ ୩୦ ରୁ ୩୫ ବର୍ଷ ବୟସର ୬ ଜଣ ବ୍ୟକ୍ତି ଅଭିନଵ ଉପାୟ ରେ ପୋଷାକ ତଳେ ଚୋରା ଗଞ୍ଜେଇ ପ୍ୟାକେଟ ଲୁଚାଇ ଟିଟିଲାଗଡ଼ ରେଳ ଷ୍ଟେସନକୁ ଆସୁଛନ୍ତି। ଏହି ସୂଚନା ପାଇ ଉଭୟ ଆରପିଏଫ ଷ୍ଟାଫ୍ ଏବଂ ସ୍କ୍ବାଡ୍ ସହିତ ଅଂଶୀଦାର କରାଯାଇଛି। ସକାଳ ପ୍ରାୟ ୯.୪୫ ସମୟରେ ଚଢାଉ ଦଳ ଟିଟିଲାଗଡ଼ ରେଳ ଷ୍ଟେସନର ରହେନଭଟା ଶେଷ ଭାଗରେ ପାର୍ସଲ ଅଫିସ୍ ନିକଟ ପ୍ଲାଟ ଫର୍ମ ନଂ.୦୧ ର ପଛ ପାର୍ଶ୍ୱ ରାସ୍ତା ଦେଇ ଛଅ ଜଣ ବ୍ୟକ୍ତି ଟିଟିଲାଗଡ଼ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ଯାଞ୍ଚ କରି ଦେଖିଲେ ଯେ ସେମାନଙ୍କ ପାଖରେ ପ୍ରତ୍ୟେକଙ୍କ ଶରୀର ସହିତ ଗୋଟିଏ କପଡା ବ୍ୟାଗ ବାଇଣ୍ଡିଂ ଏବଂ ସାର୍ଟ ତଳେ ଲୁଚାଯାଇଛି,ଉକ୍ତ ଅଭିଯୁକ୍ତ ଙ୍କୁ ସନ୍ଦେହ କରି ରେଳବାଇ ପୋଲିସ ଅଭିଜ୍ଞତା ଏବଂ ଭିତରେ ଉପଲବ୍ଧ ଜିନିଷଗୁଡ଼ିକର ଗଠନ ଅନୁସାରେ ଗଞ୍ଜେଇ ବୋଲି ସନ୍ଦେହ କରାଯାଇ ଥିଲା ।
ଉକ୍ତ ଅଭିଯୁକ୍ତ ମାନେ ନିଜ ନାମ ଗଜାନନ ବହଲେରାଓ (୩୭), ସଞ୍ଜୁ ଶର୍ମା (୨୬), ରାହୁଲ ଶର୍ମା (୨୬), ସେବକ ରାମ ଶର୍ମା (୨୮), ଦଳଚାନ୍ଦ ଶର୍ମା (୩୧), ରାଜେଶ ଶର୍ମା (୪୯) ବୋଲି ପ୍ରକାଶ କରିଥିଲେ। ସମସ୍ତେ ସୁଖିସାମେନିଆ, ଆକ୍ତନଗର, ପିଏସ୍- ବିଦିସାହି ରୋଡ୍, ସୁଖିସାମେନିଆ, ଜିଲ୍ଲା- ଭୋପାଳ, ମଧ୍ୟପ୍ରଦେଶର। ସାକ୍ଷୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶ୍ରୀମତୀ ଆଦ୍ୟାଶା ବଳ, ଓଆରଏସ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଅପରାଧୀଙ୍କ ନିକଟରୁ ଏନଡିପିଏସ ଆଇନ ଅନୁଯାୟୀ ମୋଟ ୨୨ କିଲୋ ୯୨୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଖୋଲା ବଜାର ମୂଲ୍ୟ ପ୍ରାୟ ୨,୨୨୦୦୦ ଟଙ୍କା ହେବ ବୋଲି ଜି ଆର ପି ପୋଲିସ ତରଫରୁ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment