#ଅପରେସନ "ଅପହରଣ"
ଭଦ୍ରକ, -:ଗତ ୨ ଦିନ ତଳେ ରାତି ଅଧରେ ଭଦ୍ରକ ସହର ରାସ୍ତା କଡ଼ରୁ ଏକ ମାନସିକ ବିକୃତ ମହିଳାଙ୍କୁ ଟ୍ରକରେ ଉଠାଇ ନେଇ ଅପହରଣ କରିଥିଲା ଡ୍ରାଇଭର | ଅପହରଣର ସଂପୂର୍ଣ୍ଣ ଘଟଣା କଏଦ ହୋଇଥିଲା ସିସିଟିଭି କ୍ୟାମେରାରେ | ପୋଲିସକୁ ମିଳିଲା ଏହି ଜଘନ୍ୟ ଘଟଣା ସଂପର୍କରେ ସୂଚନା ତାସହ ମିଳିଲା ସିସିଟିଭି ଫୁଟେଜ | ତା ପରେ ଆରମ୍ଭ ହେଲା ଅପରେସନ "ଅପହରଣ" | ଏସପି ମୋନଜ ରାଉତଙ୍କ ନେତୃତ୍ବରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ | ଟିମର ମଙ୍ଗ ଧରିଲେ ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ର | ଲକ୍ଷ ଥିଲା ଅଭିଯୁକ୍ତ ଡ୍ରାଇଭରର ଗିରଫଦାରୀ ଓ ମାନସିକ ବିକରଗସ୍ତ ମହିଳଙ୍କ ସୁରକ୍ଷିତ ଉଦ୍ଧାର | ଶେଷରେ କ୍ରାଇମ୍ ସ୍ପଟ୍ ଓ ସିସିଟିଭି ଫୁଟେଜରୁ ଆରମ୍ଭ ହେଲା ତଦନ୍ତ | ରାତି ଦିନ ପରିଶ୍ରମ କରି ଶହେରୁ ଉର୍ଦ୍ଧ ସିସିଟିଭି ଯାଞ୍ଚ,ବିଭିନ୍ନ ସ୍ଥାନରେ ଚଢାଉ, ବହୁ ତନାଘନା ପରେ ଶେଷରେ ଘଟଣାର ୪୮ ଘଣ୍ଟା ଭିତରେ ସଫଳ ହୋଇଥିଲା ଅପରେସନ "ଅପହରଣ" | ଭଦ୍ରକ ଚରମ୍ପାରୁ ଆରମ୍ଭ ହୋଇଥିବା ତଦନ୍ତ ପୋଡ଼ିଶୀ ଜିଲ୍ଲା କେନ୍ଦୁଝର ଝୁମ୍ପୁରାରେ ଶେଷ ହେଲା | ଧରାପଡ଼ିଲା ସେହି ରାତି ଅନ୍ଧାରର ରାକ୍ଷସ ଡ୍ରାଇଭର ସଦ୍ଦାମ ହୁସେନ ଜବତ ହେଲା ଅପହରଣରେ ବ୍ୟବହୃତ ଟ୍ରକ | ହେଲେ ଏ ଯାଏ ସରି ନଥିଲା ଅପରେସନ, ପୋଲିସର ପ୍ରାଥମିକତା ଥିଲା ମାନସିକ ବିକୃତ ମହିଳାଙ୍କ ସୁରକ୍ଷିତ ଉଦ୍ଧାର ତେବେ କିଛି ଘଣ୍ଟାର ପରିଶ୍ରମ ପେେ ଶେଷରେ ପୋଲିସକୁ ମିଳିଲା ସଫଳତା, ରାସ୍ତା କଡ଼ରୁ ଉଦ୍ଧାର ହେଲେ ମହିଳା | ଅପହରଣ ପରେ ଅଧା ରାସ୍ତାରେ ମହିଳାଙ୍କୁ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ ଡ୍ରାଇଭର | ମହିଳାଙ୍କ ସୁରକ୍ଷିତ ଉଦ୍ଧାର ସହ ଶେଷ ହେଲା ପୋଲିସର ଅପରେସନ | ତେବେ ଅପରେସନ ଅପହରଣ ପଚ୍ଛଦପଟରେ ଥିଲା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପ୍ରମୁଖ ଭୂମିକା, ହେଲେ ଏହାର ମୁଖ୍ୟ ନାୟକ ଥିଲେ ଥାନାଧିକାରୀ ପ୍ରଭାଂଶୁ ମିଶ୍ର | ଯାହାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ହିଁ ସଫଳ ହୋଇଛି ଅପରେସନ ତା ସହ ସାଧାରଣରେ ପୋଲିସ ବିଭାଗକୁ ମିଳୁଛି ପ୍ରଶଂସା |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment