“ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀଙ୍କୁ ସମ୍ବର୍ଦ୍ଧିତକଲେ ମୁଖ୍ୟମନ୍ତ୍ରୀ”
ଭୂବନେଶ୍ବର (ମଣିଭଦ୍ରା ଖବର) ଭୁବନେଶ୍ଵର ଲୋକ ସେବା ସଦନ ଗୃହ ଠାରେ ଶ୍ରୀମତୀ ଗୀତାଞ୍ଜଳୀ ସାହୁ ବ୍ଲକ୍ ଶିକ୍ଷା ଅଧିକାରୀ ଓଡଗାଁ ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହା ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ନୟାଗଡ ଜିଲ୍ଲା ପାଇଁ ଶିକ୍ଷା କ୍ଷେତ୍ରର ଗୌରବ ଆଣିଛନ୍ତି। ସେ ବର୍ତ୍ତମାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଛି ।।
ମଣିଭଦ୍ରା ଖବର, ନୟାଗଡ


إرسال تعليق