*ପୂରଣ ହେଲା ଦୀର୍ଘଦିନର ଦାବି, ମତ୍ସ୍ୟଜୀବୀଙ୍କ ମଧ୍ୟରେ ଖୁସିର ମାହୋଲ, ଗୋପାଳପୁର ବନ୍ଦରରେ ଆରମ୍ଭ ହେଲା ମୁହାଣ ଖନନ*
ମୁହାଣ ପୋତି ହେବାରୁ ମରିଯାଇଛି ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା । ମାଛ ମାରିବାକୁ ଯିବାରେ ଅସୁବିଧା ହେବାରୁ କୌଳିକ ବୃତ୍ତି ଛାଡ଼ି ଦାଦନ ଖଟିବାକୁ ଚାଲିଯାଆନ୍ତି ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ।
*ବାସ୍ତବ ରୂପ ନେବାକୁ ଯାଉଛି ମତ୍ସ୍ୟଜୀବୀଙ୍କ ଦାବି । ଗଞ୍ଜାମ ଆର୍ଯ୍ୟପଲ୍ଲୀରେ ସ୍ଥାପନ ହୋଇଛି ଅତ୍ୟାଧୁନିକ ଡ୍ରେଜିଂ ମେସିନ୍ । ଆରମ୍ଭ ହୋଇଛି ମୁହାଣ ଖନନ । ପୋତି ହୋଇପଡ଼ିଥିବା ମୁହାଣକୁ ଗଭୀର ଓ ପ୍ରଶସ୍ତ କରାଯିବ । ଡ୍ରେଜିଂ ସମୟରେ କଢ଼ାଯାଉଥିବା ବାଲିକୁ ସମୁଦ୍ର କୂଳ ଲଙ୍ଘୁଥିବା ସ୍ଥାନରେ ପକାଯିବ । ଏହାଦ୍ବାରା ମତ୍ସ୍ୟଜୀବୀଙ୍କ ରୋଜଗାର ବାଟ ଫିଟିବ । ଜୀବନଜୀବିକାକୁ ନୂଆ ଶକ୍ତି ମିଳିବ ।*
*ମୁହାଣ ପୋତି ହେବାରୁ ମରିଯାଇଛି ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା । ମାଛ ମାରିବାକୁ ଯିବାରେ ଅସୁବିଧା ହେବାରୁ କୌଳିକ ବୃତ୍ତି ଛାଡ଼ି ଦାଦନ ଖଟିବାକୁ ଚାଲିଯାଆନ୍ତି ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ। ହେଲେ ଏବେ ଅତ୍ୟାଧୁନିକ ଡ୍ରେଜିଂ ମେସିନ୍ ଦ୍ବାରା ୨ ମାସ ଧରି ଖନନ କାର୍ଯ୍ୟ ଚାଲିବ । ପାଣି ମିଶା ବାଲି ଖୋଳି ବେଳାଭୂମି ଅବକ୍ଷୟ ହେଉଥିବା ସ୍ଥାନରେ ପକାଯିବ । ମୁହାଣ ସମ୍ପୂର୍ଣ୍ଣ ଭାବେ ଖୋଳାଗଲେ ମତ୍ସ୍ୟଜୀବୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ।*
*ପାଖାପାଖି ୨୭ଟି ଗାଁର ଜୀବନଜୀବିକା ହେଉଛି ଆର୍ଯ୍ୟପଲ୍ଲୀ । ତେବେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଥିବାରୁ ଖୁସି ଅଛନ୍ତି ମତ୍ସ୍ୟଜୀବୀ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment