ଶୁଣିଲାନି ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଗଜପତିରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ ଲୋକେ
ଗଜପତି(ମନୋଜ ପାଢୀ)୮/୯: ଦେଶ ସ୍ୱାଧୀନତାର ୮ ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗଜପତି ଜିଲ୍ଲାର ବୁରୁଡ଼ା ଅଂଚଳ ବାସୀ ଏହି ଗ୍ରାମ ଠାରୁ କାଶୀନଗର କୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ଦିନ ଧରି ଅତ୍ୟନ୍ତ କଦର୍ଯ୍ୟ ହୋଇ ମରଣଯନ୍ତା ପାଲଟି ଥିଲା । ଏହି ରାସ୍ତାର ପୁନଃରୁଦ୍ଧାର ପାଇଁ ସରକାର ଓ ପ୍ରଶାସନକୁ ବହୁବାର ନିବେଦନ କରିଥିଲେ ଗ୍ରାମବାସୀ ।
ତଥାପି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପ୍ରତିବାଦରେ ଗ୍ରାମବାସୀମାନେ ନିଜ ନିଜ ମଧରେ ଚାନ୍ଦା ଆଦାୟ କରି ସେହି ଅର୍ଥରେ ରାସ୍ତା ମରାମତି କରିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ, ଗାଇବା ପଂଚାୟତର ବୁରୁଡ଼ା ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା l ଯାହାକି ପାଖାପାଖି 20ରୁ ଅଧିକ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି l
ଏହି ରାସ୍ତା ଦେଇ ସ୍କୁଲ, କଲେଜ, ହସ୍ପିଟାଲ ଓ ନିତିଦିନର ବଜାର ଆଦିକୁ ସବୁଦିନ ଯିବା ଆସିବା କରିଥାନ୍ତି। ଅନେକ ଥର ପ୍ରଶାସନ ଅଧିକାରୀ ମାନଙ୍କୁ ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ନିଜସ୍ୱ ଚlନ୍ଦା ଅର୍ଥରେ ରାସ୍ତା ନିର୍ମାଣ କଲେ । ଦେଶ ସ୍ୱାଧୀନତାର ୮ ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲାର ବୁରୁଡ଼ା ଅଂଚଳବାସୀ. ଏହି ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ଦିନ ଧରି ଅତ୍ୟନ୍ତ କଦର୍ଯ୍ୟ ହୋଇ ମରଣଯନ୍ତା ପାଲଟି ଥିଲା ।
ଏହି ରାସ୍ତାର ପୁନଃରୁଦ୍ଧାର ପାଇଁ ସରକାର ଓ ପ୍ରଶାସନକୁ ବହୁବାର ନିବେଦନ କରିଥିଲେ ଗ୍ରାମବାସୀ. ତଥାପି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପ୍ରତିବାଦରେ ଗ୍ରାମବାସୀମାନେ ନିଜ ନିଜ ମଧରେ ଚାନ୍ଦା ଆଦାୟ କରି ସେହି ଅର୍ଥରେ ରାସ୍ତା ମରାମତି କରିଥିବା ଜଣାପଡ଼ିଛି l
ମଣିଭଦ୍ରା ଖବର, ଗଜପତି


Post a Comment