BREAKING
Loading...
:

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ବୃକ୍ଷ ରୋପଣ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

 ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ବୃକ୍ଷ ରୋପଣ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ 

ଗଣିଆ (ମଣିଭଦ୍ରା ଖବର) ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଆଜି ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଗଣିଆ ବ୍ଳକ ବିଜେପି ତରଫରୁ ବ୍ଳକ ସଭାପତି ମହାବୀର ମିଶ୍ରଙ୍କ ନେତୃତ୍ୱରେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ବରିଷ୍ଠ ନେତା ବିଭୂତି ଭୂଷଣ ପଣ୍ଡା, ଚନ୍ଦ୍ରଶେଖର ଦାଶ,ଶୁଭ୍ରଜିତ ପଣ୍ଡା, ବାଉରିବନ୍ଧୁ ରାଉତ,ସଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଦୀପଦାନ କରି ପ୍ରଧାନମନ୍ତ୍ରୀଙ୍କ ଉନ୍ନତି ତଥା ଦୀର୍ଘାୟୁ କାମନା କରିଥିଲେ । 

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଏବଂ ଡ଼ାକ୍ତରଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସଭାପତି ଶ୍ରୀ ମିଶ୍ର ରୋଗୀମାନଙ୍କ ସହିତ ଆଲୋଚନା କରି ତାଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଜଣାଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ,ଗ୍ରାମରେ ବୃକ୍ଷ ରୋପଣ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS