ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଆୟୋଜିତ
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଂଚାୟତରେ ଜିଲ୍ଲା ଶ୍ରମ ବିଭାଗ ବୌଦ୍ଧ ପକ୍ଷରୁ ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରିଣୀ କନ୍ୟା କୁମାରୀ ସାହୁଙ୍କ ତତ୍ୱାବଧାନରେ ବ୍ଲକର ସହକାରୀ ଶ୍ରମ ଅଧିକାରୀ ଜ୍ୟୋତି ରଞ୍ଜନ ବାରିକଙ୍କ ପରିଚାଳନାରେ "ଏକ ପେଡ୍ ମା କେ ନାମ " କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବାମଣ୍ଡା ପଞ୍ଚାୟତର ୭୫ଜଣ ନିର୍ମାଣ ଶ୍ରମିକଙ୍କୁ ୭୫ ଗୋଟି ଚାରା ପ୍ରଦାନ କରାଯାଇଥିବା ବେଳେ ଗଛଟିର ସଠିକ ଯତ୍ନ ନେଇ ତାକୁ ବଡ଼ କରିବା ପାଇଁ ପରାମର୍ଶ ଦେବା ସହିତ ମଣିଷ ସମାଜ ପ୍ରତି ଗଛର ଉପକାରିତା କଣ ରହିଛି ସେ ନେଇ ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକ ଓ ଉପସ୍ଥିତ ଜନସାଧାରଣ, ବୁଦ୍ଧିଜୀବୀଙ୍କୁ କହିଥିଲେ।
ମଣିଭଦ୍ରା ଖବର


إرسال تعليق