BREAKING
Loading...
:

ବେନଗାଁ ଡାକ୍ତରଖାନା ଠାରେ ବିକାଶ ସାମ୍ମୁଖ୍ୟ ସଭା ଅନୁଷ୍ଠିତ

 ବେନଗାଁ ଡାକ୍ତରଖାନା ଠାରେ ବିକାଶ ସାମ୍ମୁଖ୍ୟ ସଭା ଅନୁଷ୍ଠିତ



ଲାଞ୍ଜିଗଡ଼,-:ସରକାରଙ୍କ ପ୍ରଚାର ପ୍ରଶାରର ଅଭାବ ହେତୁ ସରକାର ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ସମସ୍ତ ପ୍ରକାର ବିକାଶ ମୁଖି ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ।ଏହି ଭଳି ବିକାଶ ମୁଖି ଯୋଜନା କିଭଳି ଭାବରେ ଜନତାଙ୍କ ଦରବାରରେ ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଆପଣାଉଛନ୍ତି। ସୂଚନା ମତେ ସେବାଜଗତ ସଂସ୍ଥା  ତରଫରୁ ବେନଗାଁ ଡାକ୍ତରଖାନା ଠାରେ  ଶଙ୍କର ସୁନାଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନର ସୁବିଧା ହୋଇପାରିବ ତାହା ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବେନଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ପୁରାଣା ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ସୁଶ୍ରୀ ଫୁଲମେ ମାଝୀ ଯୋଗଦେଇଥିଲେ।ଉକ୍ତ ସଭାକୁ କର୍ଣ୍ଣ ସାହୁ ପରିଚାଳନା କରିଥିବାବେଳେ ବେନଗାଁ ଡାକ୍ତରଖାନାର ଡକ୍ଟର ସଚିଦାନନ୍ଦ ସେନାପତି,ଏମ.ବି.ବି.ଏସ୍ ବିବେକ ସାହୁ,ଆଦର୍ଶ ପାତ୍ର,ମହିନ୍ଦ୍ର ଗହୀର ସମେତ ବେନଗାଁ ଡାକ୍ତର ଖାନା ପାରିପାର୍ଷିକ ଅଂଚଳର ସମସ୍ତ ମାନ୍ୟ ଗୁଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।ସର୍ବଶେଷରେ ସଭାର ସଭାପତିକୁ ଧନ୍ୟବାଦ ଅର୍ପଣ କରି କର୍ଣ୍ଣ ସାହୁ ସଭାକୁ ସାଙ୍ଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS