ବାରିମୂଳ ଗାନ୍ଧୀ ମଇଦାନରେ 'ଏକ ପେଡ ମା କେ ନାମ' ୨.୦ ପାଇଁ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ
କେନ୍ଦ୍ରାପଡ଼ା, - :
ମା ଓ ଗଛ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱବହନ କରେ । 'ଏକ ପେଡ ମା କେ ନାମ' ୨.୦ ଅଧୀନରେ ସାରା ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଡେରାବିଶ ବ୍ଲକ ବାରିମୂଳ ସ୍ଥିତ ଗାନ୍ଧୀ ମଇଦାନରେ ଏକ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଛି ଚାରାରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଡିଏଫଓ ରାଜନଗର, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ବିଡିଓ ଡେରାବିଶ, ସ୍ଥାନୀୟ ସରପଞ୍ଚ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆସନ୍ତା ୧୭ ତାରିଖରେ ବିଶାଳ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରାକ ପ୍ରସ୍ତୁତି କରାଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment