ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ତରଫରୁ ନୃତ୍ୟ ପ୍ରତିଯୋଗିତା
ବାଙ୍କୀ,୧୮/୯(ମାନସ ରଞ୍ଜନ ସାହୁ):ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଓଡ଼ିଶା ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଶାଖା ତରଫରୁ ଗ୍ରାମର ଚୈତନ୍ୟ ଦେବ ମନ୍ଦିର ପରିସରରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରେମାନନ୍ଦ ମହାରଣା ଓ ସଂପାଦକ ସଂଜୟ ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ୱକର୍ମା ପୂଜା ସହିତ ଗ୍ରାମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଗ୍ରାମାଞ୍ଚଳରେ ଲୁକାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏହି ସମିତିର ଏକ ପ୍ରୟାସ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ଅକ୍ଷୟ କୁମାର ସାମଲ, କବିଲଲାଟେନ୍ଦୁ ପଣ୍ଡା ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ନୃତ୍ୟ ବିଭାଗରେ ଶିବାନୀ ପାଲ୍ ପ୍ରଥମ, ପ୍ରତ୍ୟୁଷା ମହାପାତ୍ର ଦ୍ୱିତୀୟ ଓ ରଶ୍ମ୍ିତା ମହାରଣା ତୃତୀୟସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ତେଜସ୍ୱନୀ ରାଜ ପ୍ରଥମ, ତୃପ୍ତିମୟୀ ସ୍ୱାଇଁ ଦ୍ୱିତୀୟ, ଲକ୍ଷ୍ମୀପ୍ରିୟା ବିହାରୀ ତୃତୀୟ ଏବଂ ସାନ୍ତ୍ୱନା ମୂଳକ ମନୋଜ ମହାରଣା ଓ ରୋଜାଲିନ୍ ସ୍ୱାଇଁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ଅତିଥିମାନେ ପୁରସ୍କୃତ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ମହାପାତ୍ର ଓ ସୁବ୍ରତ ନାୟକ ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ଓ ବିଶ୍ୱକର୍ମା ସମିତିର ସଦସ୍ୟ ସୁଶାନ୍ତ ମହାରଣା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ନୀଳମଣି ମହାରଣା, ପ୍ରଶାନ୍ତ ମହାରଣା, କେଦାର ମହାରଣା, ଶରତ ମହାରଣା ଓ ଶିବମହାରଣା ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment