BREAKING
Loading...
:

ରାଜନୈତିକ ଇଛାଶକ୍ତି ଅଭାବରେ ଭଞ୍ଜନଗରକୁ ରେଲପଥ ନିର୍ମାଣ ସ୍ଵପ୍ନରେ : ସିଭିଲ ସୋସାଇଟୀ

 ରାଜନୈତିକ ଇଛାଶକ୍ତି ଅଭାବରେ ଭଞ୍ଜନଗରକୁ ରେଲପଥ ନିର୍ମାଣ ସ୍ଵପ୍ନରେ : ସିଭିଲ ସୋସାଇଟୀ  



ଭଞ୍ଜନଗର: ପ୍ରସ୍ତାବିତ ବ୍ରହ୍ମପୁର ଠାରୁ ରେଢାଖୋଲ ଭାୟା ଭଞ୍ଜନଗର ,ମୁଜାଗଡ ଗାଲେରୀ ଓ ଚକାପାଦ ରେଲପଥ ନିର୍ମାଣ ପଥ ବିଗତ ୧୦୩ବର୍ଷର ପୁରୁଣା ଦାବୀ ପୂରଣ ପାଇଁ ବାଧକ ସାଜିଛି ରାଜନୈତିକ ଇଛାଶକ୍ତି ଅଭାବ ବୋଲି ଭଞ୍ଜଗର ଓକିଲ ସଂଘ ତରଫରୁ  ସ୍ଥାନୀୟ ଭଞ୍ଜନଗର ବାରର ସ୍ଵର୍ଣଜୟନ୍ତୀ ପାଠାଗାର ଗୃହରେ ଆହୁତ ଜରୁରୀକାଳୀନ ବୈଠକରେ ଅଧିବକ୍ତା ମତପ୍ରକାଶ କରିଛନ୍ତି I ଓଡିଶାରେ ପ୍ରଥମକରି ୧୮୯୬ ମସିହାରେ ବ୍ରହ୍ମପୁରରେ ରେଲ ସ୍ଟେଶନ ନିର୍ମାଣ ହୋଇଥିଲା ଗଞ୍ଜ୍କାମ ଜିଲ୍ଲାରେ ସ୍ଵାଧୀନ ଭାରତ ପରଠାରୁ ରେଲୱେ ବିକାଶ ହୋଇ ନାହିଁ, ଅର୍ଥନୈତିକ, ସାଂସ୍କୃତିକ,ସାମାଜିକ କ୍ଷେତ୍ରର ଏନ୍ତୁଡିଶାଳା ଯାହା ରାଜ୍ୟ ଓ ଦେଶର ବିକାଶରେ ମହତ୍ଵପୂର୍ଣ ଭୂମିକା ରହିଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଶେଷକରି ଘୁମୁସର ଅଞ୍ଚଳ ବର୍ତମାନ ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ଓ କନ୍ଧମାଳ ବାଲିଗୁଡା ଉପଖଣ୍ଡ ଏହି ଅଞ୍ଚଳକୁ ଅଣଦେଖା କରିଆସୁଛନ୍ତି ବୋଲି ବହୁ ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି I ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ରେଲପଥ ନିର୍ମାଣ କରାଯିବା ମିଥ୍ୟା ପ୍ରତିଶ୍ରୁତି ଗଣମାଧ୍ୟମକୁ ପ୍ରେସବାର୍ତ୍ତା ଦେବା , ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗତିଶକ୍ତି ଯୋଜନା ସମ୍ପୂର୍ଣ ହେଲା ବେଳେ ବ୍ରହ୍ମପୁର ଠାରୁ ରେଢାଖୋଲ ରେଲପଥ ନିର୍ମାଣ ଗତିଶକ୍ତି ଯୋଜନାକୁ ଅଟକାଇ ରଖିବା ବଡ ନିନ୍ଦନୀୟ ବୋଲି ସଭାରେ ପ୍ରସ୍ତାବ ପାରିତ ହୋଇଅଛି I ଆମର କନ୍ଧମାଳ ସାଂସଦ  ନିଜେ ଆମ ଅଞ୍ଚଳ ଦାବୀକୁ ଅଣଦେଖା କରୁଛନ୍ତି ବୋଲି ସମସ୍ତେ ଅଭିଯୋଗ ଆଣିଛନ୍ତି, ଆମ ସାଂସଦ କେନ୍ଦ୍ର ରେଲ ମନ୍ତ୍ରୀକୁ ଏବିଷୟକୁ ଅଞ୍ଚଳ ପ୍ରତିନିଧି ସହିତ ମିଶିକରି ବୈଠକ ଡାକନ୍ତୁ ବୋଲି ସିଭିଲ ସୋସାଇଟୀ ମତ ରଖିଛି ଅବହେଳା ହେଲେ ଯେକୌଣସି ଆନ୍ଦୋଳନ ହୋଇପରେ ବୋଲି ଏଥିରେ ବହୁ ସଙ୍ଗଠନ, ବଣିକ ସଙ୍ଗ, ଦକ୍ଷିଣ ଓଡିଶା କ୍ରିଯାନୁଷ୍ଠାନ କମିଟି,ଘୁମୁସର ବିକାଶ ପରିଷଦ, ବଜ୍ରଙ୍ଗଦଳ, ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ, ସମସ୍ତ ରାଜନୈତିକ ଦଳ ନେତୃବୃନ୍ଦ ପ୍ରେସ ବାର୍ତ୍ତା ଦେଇଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS