ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ
ଲାଞ୍ଜିଗଡ଼ ,-:କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ l ହାତୀ ମଣିଷ ଲଢେ଼ଇ ଭିତରେ ଦୁର୍ଗମ ଅଞ୍ଚଳରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଚୁପଚାପ ନିନ୍ଦାବିଷ୍ଣୁ ସାଜିଛି ବନ ବିଭାଗ। ଏହି ଭଲି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡା ପୋଖରୀଗାଁ ରେ। ସୂଚନା ମତେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁର ଶଶୀଳା ହରିଜନ ଙ୍କ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁରେ ରହି ଆସୁଥିଲେ l ହେଲେ ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ନିକଟରେ ଭୀଷଣ ଗର୍ଜନ କରିଥିଲେ l ଗର୍ଜନ ଶୁଣି ଦୁଇ ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ପୋଡ଼ସୀ ଘରେ କୁ ପଳାଇବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ହେଲେ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ଶଶୀଳା ହରିଜନ ଙ୍କ ଘର ସମ୍ପୂର୍ଣ ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବା ପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି l ବର୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି l ଘଟଣା ସ୍ଥଳକୁ କୋଣସି ବନ ବିଭାଗର କର୍ମଚାରି କି ପ୍ରଶାସନିକ ଅଧିକାରୀ lତେବେ ଉକ୍ତ ଅଞ୍ଚଳରେ ଏହି ଭଲି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରି ବାର କୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଦୁଇ ପରିବାର ଆକୁଳ ନିବେଦନ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment