BREAKING
Loading...
:

ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ ।

 ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ ।

 


ଗଜପତି,୨।୯(ମନୋଜ ପାଢୀ): ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ।

ଗତ କିଛି ଦିନ ତଳେ ଗଞ୍ଜାମ ଜିଲା ଭଞ୍ଜନଗର ବନ ବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା l ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ରଙ୍କ ପୁଅ ସହଦେ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ ସୂଚନା ଦେଇଛନ୍ତି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଅଭିଯୁକ୍ତମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ ବିକ୍ରି କରୁଥିଲେ l ତେବେ ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ l ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ l

ତେବେ ଗିରଫ ଚିତ୍ରଙ୍କ ସୂଚନା ଆଧାରରେ ସୋମବାର ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ, ଭଞ୍ଜନଗର ଏସିଏଫ ବିମଳ ପ୍ରଧାନ ଙ୍କ ନେତୃତ୍ୱରେ ଗୋଛାଗୁଡା ଗାଁରେ ଚଢ଼ାଉ କରିଥିଲା ବନ ବିଭାଗ l ଚଢ଼ାଉ ପରେ ଚିତ୍ର ମଲିକ ଙ୍କ ପୁଅ ସହଦେ ଙ୍କ ଘରୁ ୨ ଟି ବାଘଦlନ୍ତ, ଗୋଟିଏ ଧନୁ ତୀର ଓ ୪ ଟି ଫାଶ ଜବତ କରିଥିଲେ l ଏଥିସହ ସହଦେ ଓ ତାଙ୍କ ସହଯୋଗୀ ଲୁଲୁ ଙ୍କୁ ଗିରଫ କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସିଏଫ କହିଛନ୍ତି l

ଗିରଫ ଅଭିଯୁକ୍ତମାନଙ୍କୁ ଭଞ୍ଜନଗର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହି ଚଢ଼ାଉ ରେ ପାରଳାଖେମୁଣ୍ଡି ଏସିଏଫ, ଭଞ୍ଜନଗର ଏସିଏଫ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ,ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ପୋଡାମାରି ବନପାଳ ସୁନୀଲ ମଣ୍ଡଳ, ଭଞ୍ଜନଗର ବନପାଳ ଅନୁପ ବିଷୋୟୀ, ବନରଖି ଜୀବନ ତ୍ରିପାଠୀ, ସୁଶାନ୍ତ ଶେଖର ମିଶ୍ର, କ୍ଷେତ୍ରବାସୀ ମହାଙ୍କୁଡ, ବସନ୍ତ ସାହୁ ଓ ବନ୍ଧ୍ୟା ଗମାଙ୍ଗଙ୍କ ସମେତ ବନ କର୍ମଚାରୀ ସାମିଲ ଥିଲେ l

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS