ଆଡକଟାରେ ଜନ ଆରୋଗ୍ୟ ସମିତି ବୈଠକ
ଗଣିଆ ୧୦/୦୯(ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ସରପଞ୍ଚ ସୁଭାଷିନୀ ବାରିକି,ଡାକ୍ତର ସୁନିଲ କୁମାର, କମଳା ମହାରଣାଙ୍କ ସମେତ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ପ୍ରତିକ୍ଷାଳୟ ନିର୍ମାଣ କରିବାକୁ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଉ ଗୋଟିଏ ବୋରି° ନିର୍ମାଣ କରିବାକୁ ସଦସ୍ୟମାନେ ଜଣାଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ
إرسال تعليق