BREAKING
Loading...
:

ପାରିଶ୍ରମିକ ଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ପକାଇଲେ ତାଲା

 ପାରିଶ୍ରମିକ ଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ପକାଇଲେ ତାଲା



ଦଶପଲ୍ଲା ୨୨/୦୯  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆମ ଦୁଃଖ ଦୁର୍ଦ୍ଦଶା ବୁଝି ଆମକୁ ଚାକିରି ଦେଇଥିଲେ କିନ୍ତୁ ଏ ବିଜେପି ସରକାର ଆମକୁ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଦଶପଲ୍ଲା ବ୍ଳକରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା କର୍ମୀ । ପ୍ରୋତ୍ସାହନ ରାଶି ବଦଳରେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବିରେ କାର୍ଯ୍ୟ ବନ୍ଦ କରି ବ୍ଳକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଦଶପଲ୍ଲା ବ୍ଳକରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟିଙ୍ଗ ଷ୍ଟାଫ । ପୂର୍ବରୁ ପାଉଥିବା ନିର୍ଦ୍ଦିଷ୍ଟ ପାରିଶ୍ରମିକ ପାଉନଥିବାରୁ ସଂଘ ତରଫରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସ୍ଥାୟୀ ସମାଧାନ ନହେବାରୁ ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର ନିଷ୍ପତ୍ତି ଅନୁଯାୟୀ ଯେ ପର୍ଯ୍ୟନ୍ତ ସରକାର ତାଙ୍କ ଦାବି ଶୁଣି ନାହାନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ । ଏପରିକି ଓଏଲଏମ କାର୍ଯ୍ୟାଳୟ ତାଲା ପକାଇ ମହାତ୍ମାଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ । ମହିଳାଙ୍କୁ ସମ୍ମାନ କଥା କହୁଥିବା ସରକାର ମହିଳା ମାନଙ୍କୁ ରାଜରାସ୍ତାରେ ବସିବାକୁ  ବାଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତିି । ସଂଘର ସଭାନେତ୍ରୀ ସୁରେଖା ମଞ୍ଜରୀ ପଟ୍ଟନାୟକ,ସମ୍ପାଦିକା ବିଜୟ ଲକ୍ଷ୍ମୀ ପାତ୍ର ଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ମହିଳା ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS