BREAKING
Loading...
:

ଏବିଭିପି ଦଶପଲ୍ଲା ପକ୍ଷରୁ ନଗର ସମ୍ମିଳନୀ

 *ଏବିଭିପି ଦଶପଲ୍ଲା ପକ୍ଷରୁ ନଗର ସମ୍ମିଳନୀ* 



ଦଶପଲ୍ଲା (ମଣିଭଦ୍ରା ଖବର) ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦଶପଲ୍ଲା ଶାଖା ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ଶିକ୍ଷାବର୍ଷ ପାଇଁ ଏବିଭିପି  ନଗର ଟିମ୍ ଘୋଷଣା କରାଯାଇଛି। ନଗର ସଭାପତି ଭାବେ ଅଧ୍ୟାପକ ସରୋଜ କୁମାର ପଣ୍ଡା ମହୋଦେୟ ମନୋନୀତ ହୋଇଛନ୍ତି। ନଗର ସମ୍ପାଦକ ଭାବେ ମାନସ୍ ବାରିକ ସାହସମ୍ପାଦକ ଭାବେ- ଚନ୍ଦନ ନାୟକ, ଯାଜ୍ଞସେନି ନାୟକ,ଜାନକୀ ମହାକୁଡ଼, ଶୁଭମ ବାରିକ,ଅଙ୍କିତା ବେହେରା, ଗାୟତ୍ରୀ ପୃଷ୍ଟି,ସୁନୀଲ କିରଣ ବାରିକ ସୋସିଆଲ ମିଡିଆ- ସତ୍ୟବ୍ରତ ପ୍ରଧାନ, ଗୋକୁଳ ପ୍ରଧାନ ସେବା ପ୍ରମୁଖ- ପୁଷ୍ପାଞ୍ଜଳି ସାହୁ,ଲିଜାରାଣୀ ମୁଦୁଲି. ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ- ସୋନାଲି ନାୟକ,ଦୀପିକା ଖିଲାର. ଖେଲୋ ଭାରତ-ପିଙ୍କୁ ବେହେରା, ରାକେଶ ରଣା. କାର୍ଯ୍ୟକାରିଣୀ ସଦସ୍ୟ-ଆବାହନି ପ୍ରଧାନ, ରଞ୍ଜିତ ବାରିକ, ସୂର୍ଯ୍ୟକାନ୍ତ ବାରିକ, ସିପୁ ପ୍ରଧାନ, କିରଣ କୁମାର ନାୟକ, ସୁନୀଲ ମହାକୁଡ଼, ଶାନ୍ତିଲତା ତ୍ରିପାଠୀ, ଗାୟତ୍ରୀ ସାହୁ, ସୋନୁ ଡାକୁଆ, ଦୀପକ ସେଠି ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସୌମ୍ୟ ରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା ସଂଯୋଜକ,ସହ ସଂଯୋଜକ ମଙ୍ଗୁଳିଆ ବେହେରା, ରାଜ୍ୟ ସହସମ୍ପାଦକ ଉଜ୍ବଳ ପ୍ରଦୀପ ସାମଲ ଓ ବିଭାଗ ସଙ୍ଗଠନ ମନ୍ତ୍ରୀ ଅରିଜିତ ପଟ୍ଟନାୟକ ଯୋଗଦେଇ ଏବିଭିପିର ଲକ୍ଷ୍ୟ, ଆଦର୍ଶ, ସମାଜ ଏବଂ ଶିକ୍ଷା ସମାଜ ପ୍ରତି ଥିବା ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଲେଜର ୩୦ ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଯୋଗଦେଇଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS