BREAKING
Loading...
:

ଗଞ୍ଜାମ ଜିଲ୍ଲାରେ ବେଧଡକ ବୃକ୍ଷ ଛେଦନ

 


ଚିକିଟି - ଜଳବାୟୁ ରେ ସ୍ଥିରତା ଆଣି ପରିବେଶକୁ ମିତ୍ୟବ୍ୟୟୀ ରଖିବା ପାଇଁ ସରକାର ପ୍ରାଣେ ପ୍ରାଣେ ଉଦ୍ୟମ ଜାରୀ ରଖିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବେଧଡକ ବୃକ୍ଷ ଛେଦନ ଚାଲିଛି। ଚିକିଟି ତହସିଲ୍ ଶନିବାର ପେଣ୍ଠ ଠାରେ ଶତାୟୁ ବଟ ବୃକ୍ଷକୁ ପ୍ଲଟ ମାଫିଆ ମାନେ କାଟି ପଦା କରିଦେଇଛନ୍ତି। ସବୁଜିମା ସୃଷ୍ଟି କରିବା ନିମନ୍ତେ ସରକାର ବିଭିନ୍ନ ଯୋଜନା ମାନ କରିଛାଲିଥିବା ବେଳେ ଚିକିଟି ର ଏତାଦୃଶ କାର୍ଯ୍ୟକଳାପ ବନବିଭାଗ ତହସିଲ ପୋଲିସ ପ୍ରଶାସନ ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣି ନେଉଛି। ମା ପାଇଁ ବୃକ୍ଷଟିଏ ଭଳି ସ୍ଲୋଗାନ ମାନ ଦେଇ ମନ୍ତ୍ରୀ ମହାମନ୍ତ୍ରି ମାନେ ରାଜକୋଷରୁ ବିପୁଳ ଖର୍ଚ୍ଚ କରୁଥିବା ବେଳେ ସମ ସମୟରେ ଶତାୟୁ ବୃକ୍ଷ ଛେଦନ କୁ ସରକାର ନୀରବ ସମର୍ଥନ ଦେଉଛନ୍ତି କିପରି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।ପୂର୍ବରୁ ଉକ୍ତ ଅଞ୍ଚଳ ମନ୍ଦିର ଜମି ରହିଥିବା ବେଳେ ପ୍ଲଟ ମାଫିଆ ମାନେ ଚଞ୍ଚକତା କରି ଉକ୍ତ ଜମିକୁ ପ୍ଲଟ ଭାବେ ବିକ୍ରି କରିଛନ୍ତି। ଏଥିନେଇ ସମସ୍ତ ବିଭାଗ ଅବଗତ ରହିଥିବା ସହ ତହସିଲ କାର୍ଯ୍ୟାଳୟ ଓ ବନବିଭାଗ କାର୍ଯ୍ୟାଳୟ ଠାରୁ ପାଞ୍ଚଶହ ମିଟର ଦୁରତାରେ ଏଭଳି ନୃଶଂସ କାର୍ଯ୍ୟ କରୁଥିବା ପ୍ରକୃତି ବିରୋଧୀ ତତ୍ତ୍ଵ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ। ଅତିଶୀଘ୍ର ସରକାର ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସହ ବୃକ୍ଷ ରକ୍ଷଣ କରିବା ଓ ବୃକ୍ଷମୂଳେ ମଣ୍ଡପ କରି ପଥିକ ମାନଙ୍କୁ ବିଶ୍ରାମ ସ୍ଥାନ ଯୋଗାଇ ଦେବାକୁ ସର୍ବ ସାଧାରଣରେ ଦାବି ହେଉଛି।

Post a Comment

أحدث أقدم
Header ADS