ୟୁଥ୍ ରେଡକ୍ରସ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅନୁଷ୍ଠିତ
ଗଣିଆ ୧୩/୦୯(ମଣିଭଦ୍ରା ଖବର) ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ ୟୁନିଟ୍ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ପ୍ରଫେସର ଅଖିଳ କୁମାର ହୋତା, ଇତିହାସ ବିଭାଗର ଅଧ୍ୟାପକ ଅଶୋକ କୁମାର ମିଶ୍ର,ଅଧ୍ୟାପକ ରାକେଶ କୁମାର ବରାଡ ପ୍ରମୁଖ ମଞ୍ଚାସୀନ ଥିଲେ ।
ମହାବିଦ୍ୟାଳୟରେ ଥିବା ୟୁଥ୍ ରେଡକ୍ରସ ୟୁନିଟର ପ୍ରଶଂସନୀୟ କାର୍ଯ୍ୟ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୃତଜ୍ଞତା ଜ୍ଞାପନ କରିଥିଲେ । ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଣିଆ ବଜାର,ଗ୍ରାମ ପରିକ୍ରମା କରାଯାଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ



Post a Comment