ଶିଖରପୁର ପଞ୍ଚାୟତ ରେ ସାମାଜିକ ସମୀକ୍ଷା ଓ ଜନସୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଖଣ୍ଡପଡ଼ା ୧୩/୯/( ପୂର୍ଣ୍ଣଚନ୍ଦ୍ରମହାପାତ୍ର) :
ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମ ପଞ୍ଚାୟତ ରେ
ସାମାଜିକ ସମୀକ୍ଷା ଗ୍ରାମ ସଭା ଓ ଜନଶୁଣାଣୀ ଶିବିର
ଶୁକ୍ରବାର ଦିନ ଶିଖରପୁର ଗ୍ରାମପଞ୍ଚାୟତ ପରିସରରେ
ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ
କରି କାର୍ଯ୍ୟକ୍ରମକୁଆନୁଷ୍ଠାନିକ
ଭାବେ ଆରମ୍ଭ କରିଥିଲେ। ଉକ୍ତ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ଵବିଶୃତ ତ୍ରିପାଠୀ, କଟକ ଲୋକ ସଭା ସାଂସଦ ଙ୍କ ପ୍ରତିନିଧିତ୍ଵ କରୁଥିବା
ଚନ୍ଦ୍ରକାନ୍ତବଳିୟାରସିଂଅନ୍ୟତମ
ଅତିଥିଭାବେ ଯୋଗଦେଇ ଥିଲେ। ସ୍ଥାନୀୟ ସରପଞ୍ଚ
କିରଣବାଳା ସାହୁ ଙ୍କ ପ୍ରତ୍ୟେକ୍ଷ
ତତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସରପଞ୍ଚ
ବନମାଳୀ ସଭାପତିତ୍ବ କରିଥିଲେ। ପୂର୍ବତନ ସରପଞ୍ଚ
ନବକିଶୋର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିଖରପୁର ପଞ୍ଚାୟତ ର
କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରକାସିନୀ ନାୟକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଉଟି ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମ ସଭା ସଂମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ସରକାର ଙ୍କ ଏହି ଜନହିତକର ଯୋଜନା
ସମ୍ପର୍କରେ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ
ଦ୍ବାରା ପଞ୍ଚାୟତ ର ଉନ୍ନତି ବିଭିନ୍ନ ୱାର୍ଡରକାର୍ଯ୍ୟ କୁ ସମିକ୍ଷା କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ
ପ୍ରଥମ କରି ଶିଖରପୁର ପଞ୍ଚାୟତ ରେ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ଏକ
ଅନ୍ଧ,ମୁକ,ବଧିର ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବା ସହ ଓଡ଼ିଶାର ପ୍ରିୟ ମୂଖ୍ୟ ମନ୍ତ୍ରୀ
ଖୁବ୍ ଶୀଘ୍ର ଏହା ର ସୁଭ ଉଦ୍ ଘାଟନ କରିବେ ବୋଲି ବିଧାୟକ ଇଂଦୁଷ୍ମନ୍ତ କୁମାର ସ୍ବାଇଁ ଉକ୍ତ ସଭାରେ କହିଛନ୍ତି।
ପଞ୍ଚାୟତ ର ସମସ୍ୟା ଉପରେ ଆଲୋଚନା କରିଥିଲେ।୩୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଯୋଗଦାନ କରିଥିଲେ। ଖଣ୍ଡପଡ଼ା ବ୍ଲକ ର ଶିଖରପୁର,ଯୋଗୀଆପଲ୍ଲି ଓ ରାଣୀ ପଡା ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ଅଭିଯୋଗ କୁ ସ୍ଥାନିୟ ବିଧାୟକ ଇଂଦୁଷ୍ମନ୍ତ କୁମାର ସ୍ବାଇଁ, ବିଡ଼ିଓ, ତହସିଲଦାର , ସରପଞ୍ଚ, ଲୋକ ସଭା ସାଂସଦ ଙ୍କ ପ୍ରତିନିଧି, ଶିଖରପୁରର ସମିତି ସଭ୍ୟ ନିର୍ମଳତ୍ରିପାଠୀ ସହ ଶିଖରପୁର , ରାଣୀ ପଡା, ଯୋଗିଆପଲ୍ଲୀ ତିନୋଟି ପଞ୍ଚାୟତ ର ସରପଞ୍ଚ ସମିତି କାର୍ଯ୍ୟାଳୟ ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ନିହାର ରଂଜନ ମହାନ୍ତି ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି ୯୮ ଜଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସେଥିମଧ୍ୟରୁ ଆବାସ ଯୋଜନାରେ ପକ୍କାଘର ପାଇଁ ଆବେଦନ କରିଥିଲେ, ଦୁଇ ଜଣ ଅସାହୟ ଙ୍କୁ ହୁଇଲ ଚେୟାର ଗାଡି ଦିଆଯାଇଛି। ଆଉକିଛି ଅଭିଯୋଗ କୁ ବିଧାୟକ ଦୃଷ୍ଟି ରେ ରଖି ବର୍ଷା ହେବାରୁ ପ୍ରାୟ ଏକ ଘଣ୍ଟା କାର୍ଯ୍ୟ କୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ।ସମସ୍ତ ଜନସାଧାରଣ ଙ୍କ ଗହଣରେ ଶାନ୍ତି ଶୃଙ୍ଖଳା ସହ ସଭା ସାଙ୍ଗ ହୋଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment