BREAKING
Loading...
:

ଡମ୍ଫର ଧକାରେ ଜଣେ ଯୁବକଙ୍କର ମୃତ୍ୟୁ

 



ଡମ୍ଫର ଧକାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ସୋର ଥାନା ମଙ୍ଗଳପୁର ଗ୍ରାମର ଉମାକାନ୍ତ ପାଢ଼ୀ(୩୫)। ସୂଚନା ଅନୁସାରେ   ଉମାକାନ୍ତ ବାଇକ ଯୋଗେ  ସୋର ଅଭିମୁଖେ ଯାଉଥିଲେ। ଏହି ସମୟରେ ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡ଼ର୍ସ ସମ୍ମୁଖରେ ପଛରୁ ଆସୁଥିବା ଏକ ପଥର ବୋଝେଇ ଡ଼ମ୍ଫର ତାଙ୍କୁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିବା ସହିତ ପରିବାର ଲୋକଙ୍କୁ ଓ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଡାକ୍ତର ଖାନାରେ ପହଂଚି ଶବ ଜବତ କାଟି ଘଟଣାର ତଦନ୍ତ ଆରମ୍ଭ କରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS