BREAKING
Loading...
:

ଦଶପଲ୍ଲା ର ପୁରପଲ୍ଲୀରେ ମହିଳାମାନେ ପାଳନକଲେ ଦ୍ବିତିବାହନ ଓଷା ।

 ଦଶପଲ୍ଲା ର ପୁରପଲ୍ଲୀରେ ମହିଳାମାନେ ପାଳନକଲେ ଦ୍ବିତିବାହନ ଓଷା ।



 ଦଶପଲ୍ଲା : - ( ମଣିଭଦ୍ରା ଖବର) ଦଶପଲ୍ଲା ସହରାଞ୍ଚଳ ସମେତ ପୁରପଲ୍ଲୀରେ ସବୁଠି ଦ୍ଵିତୀୟା ଓଷା ପର୍ବ ପାଳିତ ହୋଇଯାଇଛି। ମହିଳାମାନେ ପରିବାରର ମଙ୍ଗଳ ମନାସିବା ସହ ସନ୍ନ୍ତାନ ପ୍ରାପ୍ତି ନିମନ୍ତେ ଏହି ପର୍ବ ବର୍ଷ ବର୍ଷ ଧରି ପାଳନ କରି ଆସୁଥୁବା ଜଣାପଡିଛି । ଦ୍ଵିତୀୟା ଓଷା ଅବସରରେ ସର୍ବତ୍ର ଦୂତିବାହାନଙ୍କୁ ପୂଜା କରାଯାଇଥାଏ। ଏ ଅବସରରେ ଦୂତିବାହାନଙ୍କ ନିକଟରେ ନୁଆ ବୋଝରେ ବିଭିନ୍ନ କିସମର ପନିପରିବା ଓ ଫଳ ଭୋଗ ଆକାରରେ ଲାଗି କରାଯାଇଥାଏ। ଏପରିକି ପାଣି କଖାରୁ ଫଳକୁ ଦୂତିବାହାନଙ୍କ ନିକଟରେ ବଳି ପକାଯିବାର ପରମ୍ପରା ଦିର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ଦୂତିବାହାନଙ୍କ ନିକଟରେ ଭୋଗ ଆକାରରେ ଲାଗି ହୋଇଥୂ ହୋଇଥିବା ସମସ୍ତ ପନିପରିବା ସହ ମୁଗ ତାଲି, ନତିଆ, କ୍ଷୀର ଓ ଚିନି ପ୍ରଭୃତି ମିଶ୍ରଣରେ ଘରେ ଘରେ ତା ପରଦିନ ସୁସ୍ବାଦୁ ଘାଣ୍ଟ ତରକାରୀ ପ୍ରସ୍ତୁତ କରାଯାଇ ଥାଏ । ଘାଣ୍ଟ ତରକାରୀକୁ ସପରିବାର ପ୍ରସାଦ ଭାବେ ସେବନ କରି କରିବାର ପରମ୍ପରା ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଜଣାପଡିଛି। ଦୂତିବାହାନଙ୍କ ପୂଜା ଉତ୍ସବ ଯୋଗୁଁ ଦଶପଲ୍ଲାସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଥିଲା ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS