ପ୍ରହସନରେ ପରିଣତ ହୋଇଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ।
ଦଶପଲ୍ଲା : - ବିଜୁଳି ଦର ହ୍ରାସ ତଥା କମ ପଇସାରେ ବିଜୁଳି ବ୍ୟବହାର ପାଇଁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଚଳନ କରାଯାଇଛି। ଏହି ଯୋଜନାରେ ଲୋକମାନଙ୍କୁ ସାମିଲ କରାଯାଇ ମାସିକ ବିଜୁଳି ବ୍ୟବହାର ସହ, ପରିବେଶ ସୁରକ୍ଷାରେ ସହାଘଳ ହେବା ପାଇଁ ଲକ୍ଷ ମଧ୍ୟ ରଖାଯାଇଛି । ରାଜ୍ୟରେ ଏହି ଯୋଜନା ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦଶପଲ୍ଲା ବ୍ଲକ ଅଞ୍ଚଳରେ ଏହା ଆଶାନୁରୁପ ଭାବେ ସଫଳ ପାଇପାରି ନ ଥିବା ଦେଖାଯାଇଛି । ଲୋକମାନଙ୍କୁ ସୁହାଇଲା ଭଳି ଯୋଜନା ହୋଇ ମଧ୍ୟ ବିଭିନ୍ନ କାରଣରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏକ ପ୍ରକାର ଫେଲ ମାରିଥିବା ଜଣାଯାଇଛି । ସରକାରଙ୍କ ପକ୍ଷରୁ ଗତ ୨୦୧୪ ମସିହା ଫେବୃୟାରୀ ମାସରୁ ଏ ଯୋଜନା ଆରମ୍ଭକରାଯାଇଥିଲା I କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଠାରେ ସଚସିଡ୍ ପ୍ରଦାନ ପାଇଁ ନିୟମ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପଖକୁ ଅତିରିକ୍ତ ସଦଗିଡ଼ି ଘୋଷଣା କରାଯାଇ ଥିଲା ।
ସରକାରଙ୍କ ପକ୍ଷରୁ ଏତେ ପରିମାଣରେ ସବସିଡ଼ି ଦିଆଯାଇଥିରେ ମଧ୍ୟ ଏହି ଯୋଜନା ଆଗେଇ ପାରୁନାହିଁ।
ଦଶପଲ୍ଲା ବ୍ଲକ ଅଧୀନରେ ମଧ୍ୟ ବହୁ ପଞ୍ଚାଯତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ଆର୍ଥିକ ସ୍ଥିତି ସ୍ବଛଳ ଥିବା ଲୋକମାନେ ଏହାକୁ ସିଧାସଳଖ ଭାବେ ଟଙ୍କା ଦେଇ ସ୍ଥାପନ କରିପାରିବେ ମାତ୍ର ଗରିବ ଲୋକମାନେ ପ୍ରଥମରୁ ଏତେ ଟଙ୍କା ହାତରୁ ଖର୍ଚ କରିବା ସମଦପର ହେଉନାହିଁ । ଫଳରେ ଗ୍ରାମାଞ୍ଚଳରେ ହାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁ ଲୋକମାନେ ଆଗୁଆ ଟଂକା ଖର୍ଚ୍ଚ କରି କେମିତି ଏହାର ସୁବିଧା ନେବେ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ସରକାର ଏହାକୁ ବ୍ୟାଙ୍କ ମାଧ୍ୟରେ ରଣ କରି ସୁବିଧା ଯୋଗାଇଦେବାର ପ୍ରାବଧନ ରହିଛି । ହେଲେ ବ୍ୟାଙ୍କରୁ ଗରିତ ସାଧାରଣ ଲୋକଟିଏ ଉଣ ଆଣିବା କଷ୍ଟକର ହୋଇପଡ଼ିଛି । ଫଳରେ ଏହି ଯୋଜନାରେ ଲୋକମାନେ ସାମିଲ ହେବା ପାଇଁ ଇଛା ପ୍ରକାଶ କରୁଥରେ ମଧ୍ଯ ଆର୍ଥିକ ଅବସ୍ଥା ସ୍ବଛଳ ନଥିବାରୁ ଏହି ଯୋଜନା ସଠିକ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଜଣାଯାଇଛି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق