ବାଙ୍କୀ ଉପକାରାଗାରର କାରାରକ୍ଷୀ ଶୁଭଲିପ୍ସା ମହାନ୍ତି ପାଇଲେ ସ୍ୱର୍ଣ୍ଣପଦକ
ବାଙ୍କୀ (ମାନସ ରଞ୍ଜନ ସାହୁ):ବାଙ୍କୀ ଉପକାରାଗାରାର ମହିଳା କାରାରକ୍ଷୀ ଶୁଭଲିପ୍ସା ମହାନ୍ତି ହାଇଦ୍ରାବଦା ଠାରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରିଜିନ୍ ଡ୍ୟୁଟିମିଟ୍ -୨୦୨୫ରେ ଭାଗନେଇ ୪୦୦ମିଟର ଦୌଡରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଶ୍ରୀମତୀ ମହାନ୍ତି ବାଙ୍କୀ ଉପକାରାଗାରାରେ ୨୦୨୪ମସିହାରେ ଯୋଗଦେଇ ଜଣେ ଦକ୍ଷ ଓ ଶୃଙ୍ଖଳିତ କର୍ମଚାରୀ ଭାବେ ତାଙ୍କର ସୁନାମ ଆଣିଛନ୍ତି । ପୂର୍ବରୁ ସେ ମଧ୍ୟ ଅହମଦାବାଦ୍ ଠାରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରିଜିମ୍ ଡ୍ୟୁଟି ମିଟ୍ରେ ଭାଗନେଇ ବିଭିନ୍ନ ବର୍ଗରେ ଦୁଇଗୋଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ତାଙ୍କର ଏହି ବିଜୟ ପାଇଁ ବାଙ୍କୀ ଉପକାରାଗାର କର୍ମଚାରୀମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
ମଣିଭଦ୍ରା ଖବର, ବାଙ୍କୀ
Post a Comment