ଖଣ୍ଡପଡ଼ା ଅଞ୍ଚଳରେ ଦ୍ଵିତୀୟା ଓଷା ପର୍ବ ପାଳିତ
ଖଣ୍ଡପଡ଼ା ୧୫|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରାଞ୍ଚଳ ସମେତ ପୁରପଲ୍ଲୀରେ ସବୁଠି ଦ୍ବିତୀୟା ଓଷା ପର୍ବ ରବିବାର ପାଳିତ ହୋଇଯାଇଛି।ମହିଳାମାନେ ପରିବାରର ମଙ୍ଗଳ ମନାସିବା ସହ ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ପର୍ବ ବର୍ଷ ବର୍ଷ ଧରି ପାଳନ କରି ଆସୁଥିବା ଜଣାପଡିଛି।ଦ୍ବିତୀୟା ଓଷା ପାଳନ ଅବସରରେ ସର୍ଵତ୍ର ଦୂତିବାହାନଙ୍କୁ ପୂଜା କରାଯାଇଥାଏ। ଏ ଅବସରରେ ଦୂତିବାହାନଙ୍କ ନିକଟରେ ନୁଆ ବୋଝରେ ବିଭିନ୍ନ କିସମର ପନିପରିବା ଓ ଫଳ ଭୋଗ ଆକାରରେ ଲାଗି କରାଯାଇଥାଏ। ଏପରିକି ପାଣି କଖାରୁ ଫଳକୁ ଦୂତିବାହାନଙ୍କ ନିକଟରେ ବଳି ପକାଯିବାର ପରମ୍ପରା ଦିର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି।ଦୂତିବାହାନଙ୍କ ନିକଟରେ ଭୋଗ ଆକାରରେ ଲାଗି ହୋଇଥିବା ସମସ୍ତ ପନିପରିବା ସହ ମୁଗ ଡାଲି, ନଡିଆ,କ୍ଷୀର ଓ ଚିନି ପ୍ରଭୃତି ମିଶ୍ରଣରେ ଘରେ ଘରେ ତା ପରଦିନ ସୁସ୍ବାଦୁ ଘାଣ୍ଟ ତରକାରୀ ପ୍ରସ୍ତୁତ କରାଯାଇ ଥାଏ।ସେହି ଘାଣ୍ଟ ତରକାରୀକୁ ସପରିବାର ପ୍ରସାଦ ଭାବେ ସେବନ କରିବାର ପରମ୍ପରା ଦିର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଜଣାପଡିଛି। ଦୂତିବାହାନଙ୍କ ପୂଜା ଉତ୍ସବ ଯୋଗୁଁ ଖଣ୍ଡପଡ଼ା ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment