*ଅପରେସନ "ପ୍ରହାର" ଦୁଇ ବ୍ରାଉନସୁଗାର ବ୍ୟବସାୟୀ ଗିରଫ, ସ୍କୁଟି, ମୋବାଇଲ ଓ ଦୁଇ ଲକ୍ଷ ରୁ ଉର୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ*
ତିର୍ତ୍ତୋଲ- ତିର୍ତ୍ତୋଲ ପୋଲିସ ହାତରେ ଦୁଇ ଧଳା ଜହର ବେପାରୀ। ଦୀର୍ଘ ଦିନଧରି ଧଳା ଜହର କାରବାର ରେ କାୟାବିସ୍ତାର କରିଥିବା ସଞ୍ଜୟ ବଳ(୩୨) ଓ ଅଭିଷେକ ସ୍ୱାଇଁ(୨୭) ଶେଷରେ ତିର୍ତ୍ତୋଲ ପୋଲିସ କବଜା ରେ ପଡିଛନ୍ତି। ଅନେକ ଦିନ ହେବ ତିର୍ତ୍ତୋଲ ଏବଂ ରଘୁନାଥପୁର ର ବିଭିନ୍ନ ସ୍ଥାନରେ ଯୁବପିଢ଼ି ଙ୍କୁ ବ୍ରାଉନସୁଗାର ନିଶା ସେବନ କରାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ | ମୁଖ୍ୟ ଆସାମୀ ସଞ୍ଜୟ ବଳ ଏବଂ ତାର ସହଯୋଗୀ ଅଭିଷେକ ସ୍ୱାଇଁ। ଯାହାର ଖବର ତିର୍ତ୍ତୋଲ ପୋଲିସ ପାଖରେ ପହଞ୍ଚିବା ପରେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ରାଜ୍ୟ ପୋଲିସ ପକ୍ଷରୁ ଧଳାଜହର ବ୍ୟବସାୟୀ ଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା "ପ୍ରହାର" କୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଧଳାଜହର ବ୍ୟବସାୟୀ ଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଏହି ଦୁର୍ବୁତ୍ତ ମାନେ କୌଣସି ପ୍ରକାର ଖବର ପାଇ ଏକାଧିକବାର ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲେ। ତେବେ ଗତକାଲି ସଅଁରା ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟୀ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଏହି ଦୁଇ ଆସାମୀ ଆସିଥିବା ସମୟରେ ତିର୍ତ୍ତୋଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରି ଦୁଇ ଆସାମୀ କାବୁ କରିଥିଲା। ସେମାନଙ୍କ ନିକଟରୁ ୨୧.୩୦ ଗ୍ରାମର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟରୁ ଉର୍ଦ୍ଧ ହେବ,ଏହା ସହ ନଗଦ ୧୧୫୦ ଟଙ୍କା, ଗୋଟିଏ କଳା ରଙ୍ଗର ଭିଭୋ ମୋବାଇଲ ଫୋନ ସହ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି କୁ ଜବତ କରିଥିଲା। ଏହି ଚଢ଼ାଉ ରେ କନକପୁର ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ଏବଂ ତିର୍ତ୍ତୋଲ ଥାନାଅଧିକାରୀ ପ୍ରଦୀପ୍ତ କୁମାର ସେଠୀ ସ୍ୱତନ୍ତ୍ର ଟିମ୍ ଗଠନ କରି ନିଶା ବ୍ୟବସାୟୀ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ | ତିର୍ତ୍ତୋଲ ଥାନା ପକ୍ଷରୁ କେସ ରୁଜ୍ଜୁ କରାଯାଇ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق