BREAKING
Loading...
:

ବେନଗାଁ ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ରାଜ୍ୟ ବିଜେପି ସଭାପତି ମନ ମହଲ ସାମାଳ ଙ୍କ ଜରିଆରେ ମୁଖ୍ୟ ମନ୍ତୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଗଲା !

 ବେନଗାଁ ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ରାଜ୍ୟ ବିଜେପି ସଭାପତି ମନ ମହଲ ସାମାଳ ଙ୍କ ଜରିଆରେ ମୁଖ୍ୟ ମନ୍ତୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଗଲା !  




ଲାଞ୍ଜିଗଡ଼,-କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ ବ୍ଲକ ବେନଗାଁ ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ମାନ୍ୟବର ରାଜ୍ୟ ବିଜେପି ସଭାପତି ମନ ମହନ ସାମଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବେନଗାଁ ଉପାନ୍ତ ଅଞ୍ଚଳ ବାସି l ସୂଚନା ଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଳକଟି ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ ହୋଇଛି।ଏହି ୨୬ ଗୋଟି ପଞ୍ଚାୟତକୁ ନେଇ ଜିଲ୍ଲା ପରିଷଦ ଜୋନ୍-୧ ଏବଂ ଜୋନ୍-୨ରେ ବିଭାଜନ କରାଯାଇଥିଲା l ଜୋନ୍-୨ ରେ ରହିଥିବା ୧୩ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତର ଗ୍ରାମଗୁଡିକୁ ବ୍ଳକ କାର୍ଯ୍ୟାଳୟ ବିଶ୍ୱନାଥପୁର ଯିବାପାଇଁ ୫୫ ରୁ ୬୦ କିଲୋମିଟର ପଡୁଥିବା ବେଳେ ଅଞ୍ଚଳବାସୀକୁ ବ୍ଳକ କାର୍ଯ୍ୟାଳୟ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତମାନ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପାଇଁ ଅନେକ ଯୋଜନା ଆସୁଥିବା ବେଳେ ଉପାନ୍ତ ଅଞ୍ଚଲକୁ ଠିକ ଭାବରେ ପହଞ୍ଚି ପାରୁନି ଓ ଅନେକ ସମୟରେ ବାଟମାରଣା ହେଉଥିବା ବେଳେ ଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁନି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି l ତେଵେ ବର୍ତ୍ତମାନ ଓଡିଶା ସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ୨୦ ବର୍ଷରେ ଥରେ ନୂତନ ବ୍ଲକ ପୁନର୍ଗଠନ ପାଇଁ ପ୍ରାବଧାନ ରହିଅଛି। ସେହି ପ୍ରାବଧାନ ଅନୁସାରେ ବେନଗାଁ ଠାରେ ନୂତନ ବ୍ଳକ ସ୍ଥାପନ କରିବା ପାଇଁ ବିଜେପୁର, ମାଳିଯୁବାଙ୍ଗ, ପାହାଡ ପଦର, ଲାଖବାହାଲି, ବେନଗାଁ,ଲାଞ୍ଜି, କାନ କୁଟ୍ରୁ, ଭଟାଙ୍ଗ ପଦର,ଗୁଣ୍ଡରୀ,ଜଗନ୍ନାଥ ପୁର,ତ୍ରିଲୋଚନପୁର,କୁମଖାଳ, ସମେତ ବନ୍ଦପାରି,ପଞ୍ଚାୟତବାସୀ ଏକତ୍ରିତ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହା ମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଲୋକସଭା ସାଂସଦ ମାଳବିକା ଦେବି,ରାଜ୍ୟସଭା ସାଂସଦ ସୁଜିତ କୁମାର ସେଟ , ପଂଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଆଗରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ପୁଣି ଥରେ ରାଜ୍ୟ ବିଜେପି ସଭାପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଉପାନ୍ତ ଅଞ୍ଚଳ ବାସି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS