*ସୁନା ଅଳଙ୍କାର ଲୁଟିନେଇ ମହିଳାଙ୍କୁ ହତ୍ୟା କଲେ ଦୁର୍ବୁତ୍ତ*
ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜଣେ ମହିଳାଙ୍କୁ ଏକ ଧାରୁଆ ଛୁରିରେ ଆକ୍ରମଣ କରି ସେ ପିନ୍ଧିଥିବା କାନର ଓ ନାକର ଲୁଟିନେଲେ ଦୁର୍ବୁତ୍ତ ।ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଉକ୍ତ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ ଶୈଳ ସେଠୀ (୫୫ ) ବୋଲି ଜଣାପଡିଛି ।
ସେ ଆଜି ସକାଳୁ ଘର କାମ ସାରି ବାଘୁଆ କେନାଳକୁ ଗାଧେଇବାକୁ ଯାଇ ଫେରୁଥିବା ଦୁର୍ବୁତ୍ତମାନେ ତାଙ୍କୁ ହତ୍ୟା କରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ରହିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment