BREAKING
Loading...
:

ସ୍ଥାୟୀ ଦରମା ସ୍ଥାୟୀ ନିଯୁକ୍ତି ଦାବିରେ ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳାଙ୍କ ଜବରଜସ୍ତ ବିକ୍ଷୋଭ ପ୍ରଦର୍ଶନ। ଅଚଳ ହେଲା ବ୍ଲକ କାର୍ଯ୍ୟଳୟ।

 ସ୍ଥାୟୀ ଦରମା ସ୍ଥାୟୀ ନିଯୁକ୍ତି ଦାବିରେ ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳାଙ୍କ ଜବରଜସ୍ତ ବିକ୍ଷୋଭ ପ୍ରଦର୍ଶନ। ଅଚଳ ହେଲା ବ୍ଲକ କାର୍ଯ୍ୟଳୟ।



ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଡବଲ ଇଞ୍ଜିନ ସରକାର ଉପରେ କେତେ ଆସ ଭରସା ରଖିଥିଲେ ମିଶନ ଶକ୍ତିର ମହିଳା ମାନେ । ନିର୍ବାଚନ ପୂର୍ବର ଆଶା ଭରସା ଏବେ ମୌଳିବାରେ ଲାଗିଛି । ଦୁର୍ଦ୍ଦିନ ରେ ମିଶନ ଶକ୍ତିର ମହିଳା।ଦୀର୍ଘ 6 ମାସ ହେଲା ଦରମା ନାହିଁ। ପୁର୍ବ ନିର୍ଦ୍ଧାରିତ ଦରମା ନଦେଲେ ଗ୍ରହଣ ଯୋଗ୍ୟ ବିବେଚିତ ନୁହେଁ କମ୍ ଦରମା।ମିଶନ ଶକ୍ତିର ମହିଳା ମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କ୍ୟମୁନିତ୍ ସାପୋର୍ଟ ଷ୍ଟାପ ଙ୍କ insentive base ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ, ସାରା ଓଡିଶାରେ 314 ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟ ପଟେ ଏ ନେଇ ଖୁଣ୍ଟା ବ୍ଲକ ମିଶନ ଶକ୍ତିର ମହିଳା ମାନଙ୍କ ଦ୍ଵାରା କାର୍ଯ୍ୟାଳୟ ମୁଖ୍ୟ ପ୍ରଵେଶ ଦ୍ଵାର ସମ୍ମୁଖରେ ପୂର୍ବାହ୍ନ 10 ଟାରୁ 4 ଟା ପର୍ଯ୍ୟନ୍ତ ଜବରଜସ୍ତ୍ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖୁଣ୍ଟା ବ୍ଲକ ମିଶନ ଶକ୍ତିର ମହିଳା ମାନେ ଏ ଦାବୀ ବାବଦରେ ପୁର୍ବରୁ ବିଭାଗୀୟ ଅଧିକାରୀ ଜୀବନ ଜୀବିକା ବିଭାଗର ପ୍ରୋଜେକ୍ଟ ମେନେଜର ଶ୍ରୀମତୀ ଇତିଶ୍ରୀ ପରିଡ଼ା ଏବଂ ବିଡ଼ିଓ ଶ୍ରୀ ସତ୍ୟଜିତ ରାଉତ ମାଧ୍ୟମରେ ମୟୂରଭଂଜ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ସମାଧାନ କରିବା ପାଇଁ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ଦିଆ ଯାଇନାହିଁ । ପୁର୍ବ ସରକାରରେ ଯେଉଁ ଦରମା ପ୍ରଦାନ କରଯାଉଥିଲା ସେହି ହାର ରେ ଦରମା ପ୍ରଦାନ ଦାବିରେ ଅଟଳ ମିଶନ ଶକ୍ତିର ମହିଳା । କଣ ପାଇଁ କମ୍ ଦରମା ନେବୁ । ସମାନ କାମକୁ ସମାନ ଦରମା, ମାଆ ମାଟି ଆଜି ଦାଣ୍ଡ ଦ୍ୱାରେ, ଜୀବିକା ନାହିଁ ତ ଜୀବନ ନାହିଁ, ମହୋନ ସରକାର କଣ କଲ ଆମକୁ ତୁମେ ଫସେଇ ଦେଲ ଫସେଇ ଦେଲ ଆଦି ସରକାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଦେଇଛନ୍ତି । ମିଶନ ଶକ୍ତିର ବ୍ଲକ ସଭାପତି ଶ୍ରୀମତି ପ୍ରତିଭା ବ୍ରହ୍ମ, ସମ୍ପାଦିକା ଶ୍ରୀମତୀ ସରୋଜିନୀ ହାଁସଦା ଏବଂ କୋଷାଧକ୍ଷା ଶ୍ରୀମତୀ ସୁବାଷିନୀ ପରିଡା ଙ୍କ ନେତୃତ୍ୱରେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏ ଗଣଧାରଣା ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ମିଶନ ଶକ୍ତିର ମାଆ ମାନେ । ଲୋକଙ୍କ ପ୍ରିୟ ଡବଲ ଇଞ୍ଜିନ ସରକାର ମିଶନ ଶକ୍ତିର ମହିଳା ମାନଙ୍କ ସମସ୍ୟାକୁ ଅଣଦେଖା ନ କରି ଗୁରୁତ୍ଵ ପ୍ରଦାନ କରି ସମାଧାନ କରିବା ପାଇଁ ସବୁ ମହଲରୁ ଦାବି ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS