ବାଙ୍କୀରେ ଜିଲ୍ଲାସ୍ତରୀୟ ଖୋ-ଖୋ ଟୁର୍ଣ୍ଣାମେଣ୍ଟ୍ ରେ ଯୁବ ସମାଜସେବୀ ପ୍ରଦୀପ କୁମାର ଜେନା ସମ୍ବର୍ଦ୍ଧିତ
ବାଙ୍କୀ, (ମାନସ ରଞ୍ଜନ ସାହୁ): ତାଳବସ୍ତ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ କଟକ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ତାଳବସ୍ତ ଶ୍ରୀରାମ କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦର ମିଳିତ ସହଯୋଗରେ ଜିଲ୍ଲାର ୮ଗୋଟି ପୁରୁଷ ଓ ମହିଳା ଖୋ-ଖୋ ଦଳ ଭାଗନେଇଥିଲେ । ପୁରୁଷ ଖୋ-ଖୋ ରେ କନ୍ଦରପୁର ଦଳ ଚମ୍ପିୟାନ୍ ହୋଇଥିବା ବେଳେ କଟକ ସିଡିଓ ସେକ୍ଟର ୯ ଦଳ ରନର୍ସ ହୋଇଥିଲେ । ମହିଳା ଖୋ-ଖୋ ରେ କନ୍ଦରପୁର ବାଳିକା ଦଳ ଚମ୍ପିୟାନ୍ ହୋଇଥିବା ବେଳେ ତାଳବସ୍ତ ଦଳ ରନର୍ସ ହୋଇଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ଚମ୍ପିୟାନ୍ ଦଳକୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସମସ୍ତେ ଖେଳୁଆଡ ମନୋଭାବ ରଖି କ୍ରୀଡା କସରତ କଲେ ସୁସ୍ଥ ହୋଇ ପାରିବ ବୋଲି ବିଧାୟକ ତ୍ରିପାଠୀ କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଗ୍ରାମାଞ୍ଚଳର ଲୁକାୟିତ ଖୋ-ଖୋ ଖେଳାଳୀମାନଙ୍କୁ ଚିହ୍ନଟ କରିବା ସହିତ ଉତ୍ସାହ କରିବା ଏହି ଟୁଣ୍ଟାମେଣ୍ଟ୍ ର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଯୁବସମାଜସେବୀ ଅକ୍ଷୟ କୁମାର ସାମଲ ଯୋଗଦାନ କରି ଖେଳାଳୀମାନଙ୍କୁ ସେମାନଙ୍କର ଖେଳ ନିପୂଣତା ପାଇଁ ବଧେଇ ଜଣାଇଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଗ୍ରାମପଂଚାୟତ ଅଧିକାରୀ କୁମର ପ୍ରଧାନ, ଯୁବସମାଜସେବୀ ପ୍ରଦୀପ କୁମାର ଜେନା, କବି ସୁବ୍ରତ ନାୟକ, କ୍ରୀଡା ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେଠୀ ପ୍ରମୁଖ ଯୋଗଦାନ କରି ଖେଳଳୀମାନଙ୍କୁ ଉତ୍ସାହିତ କରିଥିଲେ.ତାଳବସ୍ତ ଗ୍ରାମର ବାବା କପିଳେଶ୍ୱର ନାଟ୍ୟ ସଂସଦ ତରଫରୁ ଯୁବସମାଜସେବୀ ପ୍ରଦୀପ କୁମାର ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଜେନା ଜଣେ ସମାଜସେବୀ ଭାବେ ବୃକ୍ଷରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ନାଟ୍ୟ ସଂସଦର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅକ୍ଷୟ କୁମାର ସାମଲ, ସମାଜସେବୀ ସୁବ୍ରତ ନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁଙ୍କ ତତ୍ତ୍ୱାବଦାନରେ ଆୟୋଜିତ ଏହି ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ କମିଟିର ସଦସ୍ୟ ଜଗବନ୍ଧୁ ସେଠୀ, ସୁଶାନ୍ତ ମହାରଣା, ଶିବନାରାୟଣ ଦଳେଇ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ସଂଗ୍ରାମ ରାଜ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ



Post a Comment