ଜବର ଦଖଲ ଉଛେଦ
ଖଣ୍ଡପଡ଼ା ୧୧l୯(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପୂର୍ତ୍ତବିଭାଗ ଅଧିନ ଫତେଗଡରୁ ଭାପୁର ଦେଇ ଖଣ୍ଡପଡ଼ା ସହରକୁ ସଂଯୋଗ କରୁଥିବା ମୂଖ୍ୟରାସ୍ତା ର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜାଗାକୁ ଜବରଦଖଲ କରି ରହୁଥିବା ରୁ ରାସ୍ତା ସମ୍ପ୍ରସାରଣ ହୋଇ ପାରୁନଥିବାରୁ ସାଧାରଣ ଲୋକଙ୍କ ଜାତାୟତରେ ପ୍ରତିବନ୍ଧକ ସାଜିଛି। ସହରର ତ୍ରିନାଥ ଛକ କୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା। ତେବେ ଖଣ୍ଡପଡ଼ା ସହରର ତ୍ରୀନାଥଛକ ରୁ ବାହାଡା ଛକକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଜାଗାକୁ ଚିହ୍ନଟ ନିମନ୍ତେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ। ଜବରଦଖଲ କାରୀଙ୍କ କବଜାରେ ରହିଥିବାରୁ ରାସ୍ତା ସମ୍ପ୍ରସାରଣ ରେ ପ୍ରତିବନ୍ଧକ ସୃଷ୍ଟି ହୋଇ ଥିବା ରୁ ଖଣ୍ଡପଡ଼ା ତହସିଲଦାର ବିଶ୍ଵବିଶୃତ ତ୍ରୀପାଠୀ ପ୍ରତ୍ୟେକ୍ଷ ତତ୍ବାବଧାନରେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ଉପସ୍ଥିରତି ରେ ବୁଧବାର ପୃର୍ବାହ୍ନରେ ଖଣ୍ଡପଡ଼ା
ତ୍ରୀନାଥଛକ ମୂଖ୍ୟ ରାସ୍ତା ର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜାଗା ମାପଚୁପ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ରାସ୍ତା ପାର୍ଶ୍ବରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ରାସ୍ତା ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ପରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ରାଧେଶ୍ୟାମ ଅାଲୋଚନା ସୂଚନା ଦେଇଛନ୍ତି। ତେବେ ରାସ୍ତା ପାର୍ଶ୍ବରେ ଥିବା ସରକାରୀ ଜାଗା ଚିହ୍ନଟ ପରେ ତହସିଲ ପ୍ରାଶାସନ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜାଗା କୁ ମିଶାଇ ରାସ୍ତା ପ୍ରସାରଣ କେବେଆରମ୍ଭ ହେଉଛି ତାହା ଦେଖିବାକୁ ବାକି ରହିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment