BREAKING
Loading...
:

ଫେସବୁକ ପ୍ରେମ ପୋଲିସ ବାବୁ ଙ୍କୁ ପଡିଲା ମହଙ୍ଗା

 ଫେସବୁକ ପ୍ରେମ ପୋଲିସ ବାବୁ ଙ୍କୁ ପଡିଲା ମହଙ୍ଗା 



ଜଗତସିଂହପୁର (ମଣିଭଦ୍ରା ଖବର) ବାଲେଶ୍ଵର ଜିଲ୍ଲାର ଜଣେ ପୋଲିସ ଏସ ଆଇ ଜଗତସିଂହପୁର  ଜିଲ୍ଲାର ଜଗତସିଂହପୁର ଥାନା ଅଞ୍ଚଳର ଜଣେ ନାଁ ବାଳିକା ସହିତ ଫେସବୁକରେ ପରିଚୟ ସୃଷ୍ଟି କରି ପ୍ରଥମେ କିଛିଦିନ ପ୍ରେମ କରିବା ପରେ ଦଶମ ଶ୍ରେଣୀରେ ପଢୁଥିବା ନା ବାଳିକା କୁ ଝିଅର ପରିବାର ର ଅଗୋଚର ରେ ପୋଲିସ ବାବୁ ବାଲ୍ୟ ବିବାହ କରିଥିଲେ ଓ ପରେ  ନିର୍ଜାତନା ସହିତ ପ୍ରତାରଣା କରି  ବାପଘରେ ଛାଡ଼ି  ଜିବା ପରେ ନା ବାଳିକା ଜଗତସିଂହପୁର ଥାନା ର ଦ୍ବାରସ୍ଥ ହୋଇ ପୋଲିସ ବାବୁ ଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏସ ଆଇ ଜାଣିବା ପରେ  ଫେରାର, ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ଫେରାର ହୋଇଜାଇଥିବା ବେଳେ ଜଗତସିଂହପୁର ପୋଲିସ ର ସ୍ପେସାଲ ସ୍କ୍ୱାର୍ଡ ଦାରା ପୁଲିସ ଏସ ଆଇ ବାବୁ ରାଜ୍ୟ ବାହାରୁ ଗିରଫ କରିଛି।ଜଗତସିଂହପୁର ପୋଲିସ ରାଜ୍ୟ ବାହାରୁ ସ୍ପେସାଲ ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ନେଇ  ବିଶେଷ ସୂତ୍ରରୁ ଖବର ମିଳିଛି। ପୋଲିସ ବାବୁ ଜଣକ ହେଲେ ଅମିତ ପାଢ଼ୀ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରେ ଘର। ପାଞ୍ଚମାସ ହେବ ପୋଲିସ ବାବୁ ଜଣକ ଫେରାର ଥିଲେ। ପ୍ରେମ କରି ବିବାହ ପରେ ପ୍ରତାରଣା ଦେଇଥିବା ହେତୁ ନା ବାଳିକା ଜଣକ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହିତ ଅମିତ ପାଢ଼ୀ ଙ୍କୁ ନିଲମ୍ବିତ କରିବା ସହିତ ଆଜି ପୋସ୍କୋ ଆର୍ଟ ରେ କୋଟ ଚାଲାଣ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS