ପୁଣି ବାଲିତୁଠ ଅଞ୍ଚଳରେ ଚାଞ୍ଚଲ୍ୟ ଦିନ ଦୀପ୍ରହରରେ କଟୁରିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
----------------------
ଏରସମା - ଦିନ ଦିପ୍ରହରରେ ପଡିଶା ଘର ଯୁବକଙ୍କୁ କଟୁରିରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଆକ୍ରମଣକାରି ଫେରାର ଥିବା ସୂଚନା ମିଳିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବାଲିସାହିରେ ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁଯାୟୀ ବାଲିସାହିର ଦିନବନ୍ଧୁ ଦାସ ବୟସ(୫୬) ବର୍ଷ ସେ ବାଲିତୁଠ ବାଲିସାହିକୁ ସଂଯୋଗ କରୁଥିବା ଷଣ୍ଡ ଛକ ମଣ୍ଡପ ଉପରେ ଶୋଇଥିଲେ ତାଙ୍କ ପାଖରେ କେତେକ ଲୋକ ବସିକଥା ହେଉଥିଲେ।ମାତ୍ର ସେଠାରୁ କିଛି ସମୟ ପାଇଁ ଦେକାନକୁ ପଳେଇ ଯାଇଥିଲେ ସେହି ସମୟ ଭିତରେ ସେଇ ଗ୍ରାମର ନିଜ ପାଖ ପଡେଶୀ ବୁଦ୍ଧଦେବ ଦାସ ବୟସ(୪୫) ସେ ସେଇ ଛକ ଦେଇ ଘରକୁ ଯିବା ସମୟରେ ଉଭୟଙ୍କ ଭିତରେ କଣ ଘଟିଛି କି? କେହି କିଛି କହିପାରୁନଥିବା ବେଳେ।ସାଧାରଣରେ କିଛି ପୂର୍ବ ଶତ୍ରୁତା ଥାଇପାରେ ସନ୍ଦେହ ପ୍ରକାଶ ପାଉଛି।ଯେଉଁଥି ପାଇଁ କୌଣସି କାରଣ ବସତହ୍ ବୁଦ୍ଧଦେବ ନିଜ ଗଛ କଟା କଟୁରିରେ ଦିନବନ୍ଧୁଙ୍କୁ ମରଣାନ୍ତକ ଭାବରେ ହାତ ଓ ବେକକୁ ହାଣିଦେଇଛି ରକ୍ତାକ୍ତ କରିଦେଲା।ଫଳରେ ପାଟି ଶୁଣି ସ୍ଥାନୀୟ ଲୋକମାନେ ଆସି ଦେଖିବାରୁ ଦିନବନ୍ଧୁ ଶରିରରୁ ପ୍ରବଳ ରକ୍ତ ସ୍ରାବ ହେବା ଦେଖି ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ସହଯୋଗରେ ନେଇଯାଇଥିଲେ।ସେଠାରେ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଯୋଗ ଅନୁସାରେ ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ଆସି ପଚାରାଉଚରା କରି ଅଧିକ ତଦନ୍ତ ଜାରିରଖିଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ବେଳେ ପୂର୍ବରୁ ଏକାଧିକ ମାମଲା ଅଭିଯୁକ୍ତ ବୁଦ୍ଧଦେବ ନାମରେ କୁଜଙ୍ଗ ଥାନାରେ ଏତଲା ଅଛି।ତେବେ ଦେଖିବାକୁ ବାକି ରହିଲା ଉଭୟଙ୍କ ଭିତରେ କୌଣସି ପ୍ରକାର କାରଣ ଯୋଗୁଁ ଏଭଳି ଘଟଣା ଘଟିଲା।ତେବେ ଏନେଇ ସଂନ୍ଧ୍ୟାରେ କୁଜଙ୍ଗ ଥାନା ଏସ୍ଆଇ ପିପି ଦେବତାଙ୍କ ନେତୃତ୍ବରେ ଜଗତସିଂହପୁର ଜିଲ୍ଲା ଫରେନସିକ୍ ସାଇଣ୍ଟିଫିକ୍ ଅଫିସର ଧରମେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଘଟଣା ସ୍ଥଳରେ ପରିଦର୍ଶନ କରି ଆକ୍ରମଣ ର ଶିକାର ହେଇଥିବା ବ୍ୟକ୍ତିର ରକ୍ତ ଛିଟା ପଡିଥିବା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରି ଅଧିକ ତନାଘନା ଜାରିରହିଥିବା ବେଳେ କୁଜଙ୍ଗ ପୋଲିସ ପକ୍ଷରୁ ଅଭିଯୁକ୍ତ ର ଆଧାର କାର୍ଡ,ଫୋଟ,ଗାମୁଛା ଜବତ କରିଛି। ତେବେ ମୋଡିକାଲ୍ ରିପୋର୍ଟ ଅନୁଯାଇ ପୋଲିସ ତଦନ୍ତ ଜାରିରଖିଥିବା ଜଣାପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق