BREAKING
Loading...
:

ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ

 ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ 

ଗଣିଆ ୨୧/୦୮(ମଣିଭଦ୍ରା ଖବର) ଗଣିଆ ବ୍ଳକର ସବୁଠାରୁ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବଡସିଲିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମ୍ୟାଲେରିଆ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ଜାନକାଝୋଲା, ବେଦାଡି,ରେକାଡି,କୁମୁରି ଗ୍ରାମରେ ପ୍ରାୟ ୬୬ ଜଣଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇ ଥିବା ବେଳେ ଗ୍ରାମବାସୀଙ୍କୁ ମ୍ୟାଲେରିଆ ନିରାକରଣ ଓ ସଚେତନତା ପାଇଁ ପରାମର୍ଶ ଦିଆଯାଇଥିଲା । 



ଏହି ଅଞ୍ଚଳ ଗୁଡିକ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଏଠାରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ବସନ୍ତ କୁମାର ଦାଶ,କମ୍ୟୁନିଟ୍ ସ୍ବାସ୍ଥ୍ୟ ଅଧିକାରୀଣୀ ଦେବସ୍ମିତା ଘଡେଇ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଦୟାନିଧି ଦାଶ, ମହିଳା ସ୍ବାସ୍ଥ୍ୟକର୍ମୀ ଚନ୍ଦ୍ରକାନ୍ତି ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS