BREAKING
Loading...
:

କ୍ଵାର୍ଜ ଖଣି ପରିବେଶ ଶୁଣାଣୀକୁ ପ୍ରତ୍ୟାଖାନ, ବିନା ସୂଚନାରେ ଜନଶୁଣାଣୀ ଆୟୋଜନ କରିଥିବା ଅଭିଯୋଗ

 କ୍ଵାର୍ଜ ଖଣି ପରିବେଶ ଶୁଣାଣୀକୁ ପ୍ରତ୍ୟାଖାନ,   ବିନା ସୂଚନାରେ ଜନଶୁଣାଣୀ ଆୟୋଜନ କରିଥିବା ଅଭିଯୋଗ



ରାୟଗଡା, - ରାୟଗଡା ଜିଲ୍ଲା ସଦର ବ୍ଲକ ଇରିକୁବାଡି ପଞ୍ଚାୟତ ଅନ୍ତର୍ଗତ ବାଲାପIଡ଼ୁ କ୍ଵାର୍ଜ ଏବଂ କ୍ଵାରଯାଇଟ ଖଣିର ଖନନ ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ହେଉଥିବା ପରିବେଶ ମଞ୍ଜୁରୀ ଜନଶୁଣାଣୀକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ପ୍ରତ୍ୟାଖାନ କରିଛନ୍ତି I ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ନଦେଇ ଏହାକୁ ଆୟୋଜନ କରିଥିବା ଅଭିଯୋଗ କରି ପ୍ରବଳ ବିରୋଧ କରିଥିଲେ I ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ  ବିରୋଧ କରିଥିଲେ I ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ,  ଅତିରିକ୍ତ ଜିଲ୍ଲାପାଳ ଓ ରାୟଗଡା ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଜନଶୁଣାଣୀ ବେଳେ ଉପସ୍ଥିତ ଥିଲେ I୫୫.୩୯୪ ହେକ୍ଟର ପରିମିତ ଅଂଚଳରେ କ୍ୱାର୍ଜ ଖଣିରୁ  ବାର୍ଷିକ ୫୪୫୦୦ ଘନ ମିଟର ଉତ୍ତୋଳନ କରିବା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି  ଅନୁଷ୍ଠିତ ହେଉଥିଲା I ଏହି ଶୁଣାଣି ଇରୁକୁବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଂହର, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଅଶୋକ ଭୋଇ ଉପସ୍ଥିତ ଥିଲେ I ରାୟଗଡା ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା ଅଭିଯୋଗ କରି କହିଛନ୍ତି ଏହି ଖଣି ଲିଜ ପାଇଥିବା ବାଳକୃଷ୍ଣ ପାଢ଼ୀ ଓ ତାଙ୍କର ସଂସ୍ଥା ସ୍ଥାନୀୟ ଲୋକଙ୍କୁ ଅନ୍ଧକାରରେ ରଖି ଚଞ୍ଚକତା କରି ଏହି ଶୁଣାଣି କରିଥିବାରୁ ଆମେ ସମୂହ ଭାବେ ବିରୋଧ କରିଛୁ ବୋଲି କହିଛନ୍ତି I ଅତିରିକ୍ତ ଜିଲ୍ଲାପାଳ ଏହି ବିରୋଧ ନେଇ ସରକାରଙ୍କୁ ଅବଗତ ଲରାଯିବ ବୋଲି କହିଛନ୍ତି। ଜନଶୁଣାଣୀ ଶିବିରରେ ଇରୁକୁବାଡ଼ି ପଞ୍ଚାୟତ ସରପଞ୍ଚ କାମେସୁ ତାଡିଙ୍ଗି, ସମିତି ସଭ୍ୟ ଦୟାନିଧି କଣ୍ଡାଗରୀ ସହ ସ୍ଥାନୀୟ ନରେଶ ତାଡିଙ୍ଗି, ସୁଧାକର କରକରିଆ, ରହିଦାସ କରକରିଆ, ଶଙ୍କର ନାଇଡ଼ୁ, ମିନା କରକରିଆ ପ୍ରମୁଖ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି  ସ୍ଥାନୀୟ ଜନସାଧାରଣ କୁ ବିନା ସୂଚନାରେ ଆୟୋଜିତ ଏହି ଶିବିରକୁ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS